Close Menu
Odiapaper (ଓଡ଼ିଆ ନ୍ୟୁଜ୍) – Facts First. Always.
  • Latest News
  • ଆନ୍ତର୍ଜାତୀୟ
  • ଜାତୀୟ
  • ପଲିଟିକ୍ସ
  • ବାଣିଜ୍ୟ
  • ଖେଳ
  • ବଲିଉଡ୍
  • Tech
  • Auto
Facebook X (Twitter)
Odiapaper (ଓଡ଼ିଆ ନ୍ୟୁଜ୍) – Facts First. Always.Odiapaper (ଓଡ଼ିଆ ନ୍ୟୁଜ୍) – Facts First. Always.
Facebook X (Twitter)
  • Home
  • ଆନ୍ତର୍ଜାତୀୟ
  • ଜାତୀୟ
  • ପଲିଟିକ୍ସ
  • ବାଣିଜ୍ୟ
  • ଖେଳ
  • ବଲିଉଡ୍
  • Tech
  • Auto
Odiapaper (ଓଡ଼ିଆ ନ୍ୟୁଜ୍) – Facts First. Always.
Home»ବଲିଉଡ୍

ଦୁର୍ନୀତିଗ୍ରସ୍ତଙ୍କୁ ପୁଣି ପାନେ ଦେବେ ‘NAYAK’: ଅନିଲ କପୁର ଆଣୁଛନ୍ତି ପାର୍ଟ-2, କିଣିଲେ ଫିଲ୍ମର ରାଇଟସ୍

ବଲିଉଡ୍
nayak 2
Share
Facebook Twitter Email WhatsApp

ମୁମ୍ବାଇ: ମନେ ଅଛି ସେ ଦୃଶ୍ୟ? ଗୋଟିଏ ଦିନ ପାଇଁ ମୁଖ୍ୟମନ୍ତ୍ରୀ (CM) ବନି ପୁରା ସିଷ୍ଟମକୁ ହଲାଇ ଦେଇଥିଲେ ଶିବାଜୀ ରାଓ ଗାଏକ୍ୱାଡ୍ । ପରଦା ଉପରେ ସେ ଯେତେବେଳେ ଦୁର୍ନୀତି ବିରୋଧରେ ଆକ୍ସନ ନେଉଥିଲେ, ହଲ୍‌ ଭିତରେ ତାଳି ମାଡ଼ ହେଉଥିଲା । ଆଜି ବି ସେ ଫିଲ୍ମ ଟିଭିରେ ଦେଖିଲେ ଲୋମ ଟାଙ୍କୁରି ଉଠେ । ତେବେ ଦର୍ଶକଙ୍କ ପାଇଁ ଏବେ ଏକ ବଡ଼ ଖୁସି ଖବର । ପୁଣି ଥରେ ପରଦାକୁ ଫେରୁଛନ୍ତି ‘ରିଅଲ୍ ହିରୋ’ । ଅନିଲ କପୁର ନିଜେ ଏହି ସୂଚନା ଦେଇଛନ୍ତି ଯେ ସେ ‘ନାୟକ’ର ସିକ୍ୱେଲ୍ (Sequel) ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି ।

ରିପୋର୍ଟ ଅନୁସାରେ, ବଲିଉଡର ଏହି ଚିରସବୁଜ ଅଭିନେତା ‘ନାୟକ’ ଫିଲ୍ମର ରାଇଟସ୍ (Rights) କିଣି ନେଇଛନ୍ତି । ଏହା ପୂର୍ବରୁ ଫିଲ୍ମର ରାଇଟସ୍ ପ୍ରଯୋଜକ ଦୀପକ ମୁକୁଟଙ୍କ ପାଖରେ ଥିଲା । ଦୀପକ ଏହି ରାଇଟସ୍ ପ୍ରାୟ 10 ବର୍ଷ ତଳେ ମୂଳ ପ୍ରଯୋଜକ ଏ.ଏମ୍ ରତ୍ନମ୍‌ଙ୍କ ଠାରୁ କିଣିଥିଲେ । କିନ୍ତୁ ଏବେ ଅନିଲ କପୁର ନିଜେ ଏହାର ମାଲିକାନା ନେଇଛନ୍ତି ଏବଂ ଖୁବଶୀଘ୍ର ‘ନାୟକ-2’ ନିର୍ମାଣ କରିବାକୁ ଯାଉଛନ୍ତି ।

2001 ମସିହାରେ ରିଲିଜ୍ ହୋଇଥିବା ‘ନାୟକ’ ବକ୍ସ ଅଫିସ୍‌ରେ ସେତେଟା କମାଲ୍ କରିନଥିଲେ ମଧ୍ୟ ପରେ ଏହା ଏକ କଲ୍ଟ କ୍ଲାସିକ୍ (Cult Classic) ପାଲଟି ଯାଇଥିଲା । ଅନିଲ କପୁରଙ୍କ ସହ ଅମରିଶ ପୁରୀଙ୍କ ଦମଦାର୍ ଅଭିନୟ ଏବଂ ରାଣୀ ମୁଖାର୍ଜୀଙ୍କ ରୋମାନ୍ସ ଦର୍ଶକଙ୍କୁ ବାନ୍ଧି ରଖିଥିଲା ।

ଏକ ସାକ୍ଷାତକାରରେ ଅନିଲ କପୁର କହିଛନ୍ତି ଯେ, “ନାୟକ ମୋ ହୃଦୟର ଖୁବ୍ ନିକଟତର । ଏହାର ପାର୍ଟ-2 ପାଇଁ କାହାଣୀରେ ଦମଦାର୍ ପୋଟେନସିଆଲ୍ ଅଛି ।” ନିକଟରେ FICCI Frames 2025 ଇଭେଣ୍ଟରେ ମଧ୍ୟ ଅନିଲ କପୁର ମଜାଳିଆ ଢଙ୍ଗରେ କହିଥିଲେ ଯେ ‘ନାୟକ-2’ ପାଇଁ ବର୍ତ୍ତମାନ ସମୟ ସବୁଠୁ ବେଷ୍ଟ । ତେବେ ଫିଲ୍ମର ସୁଟିଂ କେବେ ଆରମ୍ଭ ହେବ, ସେ ନେଇ ଅଫିସିଆଲ୍ ଘୋଷଣା ବାକି ଅଛି ।

Related posts

କରଣଙ୍କ କ୍ରୋଧ : ବଲିଉଡରେ ଚାଲିଛି 'ଫେକ୍' ଖେଳ, ପେଡ୍ ପିଆରକୁ ଖୋଲାଖୋଲି ଝାଡ଼ିଲେ ଧର୍ମା ମାଲିକ

କରଣଙ୍କ କ୍ରୋଧ : ବଲିଉଡରେ ଚାଲିଛି ‘ଫେକ୍’ ଖେଳ, ପେଡ୍ ପିଆରକୁ ଖୋଲାଖୋଲି ଝାଡ଼ିଲେ ଧର୍ମା ମାଲିକ

ଗୋବିନ୍ଦାଙ୍କୁ ନେଇ ପତ୍ନୀଙ୍କ ବଡ଼ ଖୁଲାସା: ପୁଅ ହେଲେ ଗୋବିନ୍ଦାଙ୍କ ପରି ହେଉ, ହେଲେ ସ୍ୱାମୀ ନୁହେଁ!

ଗୋବିନ୍ଦାଙ୍କୁ ନେଇ ପତ୍ନୀଙ୍କ ବଡ଼ ଖୁଲାସା: ପୁଅ ହେଲେ ଗୋବିନ୍ଦାଙ୍କ ପରି ହେଉ, ହେଲେ ସ୍ୱାମୀ ନୁହେଁ!

ରିଆଙ୍କୁ ଆଶ୍ଵସ୍ତି : ଖୋଲିଲା ବ୍ୟାଙ୍କ ଆକାଉଣ୍ଟ, ଫେରି ପାଇବେ ଲାପଟପ୍ ଓ ମୋବାଇଲ

ରିଆଙ୍କୁ ଆଶ୍ଵସ୍ତି : ଖୋଲିଲା ବ୍ୟାଙ୍କ ଆକାଉଣ୍ଟ, ଫେରି ପାଇବେ ଲାପଟପ୍ ଓ ମୋବାଇଲ

Latest Posts
ଆସାମ ଇଲେକ୍ସନ୍ : ନୂଆ ସିଟ୍‌ରେ ପୁରୁଣା ଖେଳାଳି, ୱାଜେଦଙ୍କ ଉପରେ କଂଗ୍ରେସର ବଡ଼ ବେଟ୍

ଆସାମ ଇଲେକ୍ସନ୍ : ନୂଆ ସିଟ୍‌ରେ ପୁରୁଣା ଖେଳାଳି, ୱାଜେଦଙ୍କ ଉପରେ କଂଗ୍ରେସର ବଡ଼ ବେଟ୍

ଖୋଲା ଛାତ, ରକେଟ୍ ଭଳି ସ୍ପିଡ୍ : ରାସ୍ତାରେ ନିଆଁ ଲଗାଇବ ବିଏମଡବ୍ଲୁ ର ନୂଆ କାର୍

ଖୋଲା ଛାତ, ରକେଟ୍ ଭଳି ସ୍ପିଡ୍ : ରାସ୍ତାରେ ନିଆଁ ଲଗାଇବ ବିଏମଡବ୍ଲୁ ର ନୂଆ କାର୍

ବେଙ୍ଗଲ୍ ଫେଜ୍-2 ଭୋଟିଂ : ଆରମ୍ଭରୁ ଆକ୍ସନ୍, ଇଭିଏମ୍ ଗଡ଼ବଡ଼ ସାଙ୍ଗକୁ ହିଂସା

ବେଙ୍ଗଲ୍ ଫେଜ୍-2 ଭୋଟିଂ : ଆରମ୍ଭରୁ ଆକ୍ସନ୍, ଇଭିଏମ୍ ଗଡ଼ବଡ଼ ସାଙ୍ଗକୁ ହିଂସା

ଅର୍ଥନୀତି ଉପରେ ମାଡ଼ : କାହିଁକି ଧନୀ ଇସ୍ରାଏଲକୁ ଦରକାର ପଡ଼ିଲା ଟ୍ରମ୍ପଙ୍କ 'ବେଲଆଉଟ୍' ?

ଅର୍ଥନୀତି ଉପରେ ମାଡ଼ : କାହିଁକି ଧନୀ ଇସ୍ରାଏଲକୁ ଦରକାର ପଡ଼ିଲା ଟ୍ରମ୍ପଙ୍କ ‘ବେଲଆଉଟ୍’ ?

Sticky Mobile Footer
Home Latest Trending Categories Podcast

Your go-to destination for the facts and trending news in Odia language. We are committed to delivering accurate, reliable, and real news covering various topics, including politics, business, technology, entertainment, sports, and more.

Popular Catagory

  • ଆନ୍ତର୍ଜାତୀୟ
  • ଖେଳ
  • ବଲିଉଡ୍
  • Tech
  • Auto

Company

  • About Us
  • Terms and Conditons
  • Privacy Policy
  • Contact Us

© 2025 Odiapaper. All rights reserved.

Type above and press Enter to search. Press Esc to cancel.