Close Menu
Odiapaper (ଓଡ଼ିଆ ନ୍ୟୁଜ୍) – Facts First. Always.
  • Latest News
  • ଆନ୍ତର୍ଜାତୀୟ
  • ଜାତୀୟ
  • ପଲିଟିକ୍ସ
  • ବାଣିଜ୍ୟ
  • ଖେଳ
  • ବଲିଉଡ୍
  • Tech
  • Auto
Facebook X (Twitter)
Odiapaper (ଓଡ଼ିଆ ନ୍ୟୁଜ୍) – Facts First. Always.Odiapaper (ଓଡ଼ିଆ ନ୍ୟୁଜ୍) – Facts First. Always.
Facebook X (Twitter)
  • Home
  • ଆନ୍ତର୍ଜାତୀୟ
  • ଜାତୀୟ
  • ପଲିଟିକ୍ସ
  • ବାଣିଜ୍ୟ
  • ଖେଳ
  • ବଲିଉଡ୍
  • Tech
  • Auto
Odiapaper (ଓଡ଼ିଆ ନ୍ୟୁଜ୍) – Facts First. Always.
Home»ବଲିଉଡ୍

ସୁପରଷ୍ଟାର୍‌ଙ୍କୁ ବି ଛାଡ଼ିଲେନି : ମଝି ରାସ୍ତାରେ ଅଟକିଲା ବିଜୟଙ୍କ ଗାଡ଼ି, ଚେକିଂ କଲା ଫ୍ଲାଇଙ୍ଗ ସ୍କ୍ୱାଡ୍

ବଲିଉଡ୍
ସୁପରଷ୍ଟାର୍‌ଙ୍କୁ ବି ଛାଡ଼ିଲେନି : ମଝି ରାସ୍ତାରେ ଅଟକିଲା ବିଜୟଙ୍କ ଗାଡ଼ି, ଚେକିଂ କଲା ଫ୍ଲାଇଙ୍ଗ ସ୍କ୍ୱାଡ୍
Share
Facebook Twitter Email WhatsApp

ମଦୁରାଇ: ନିର୍ବାଚନ ତାରିଖ ପାଖେଇଲେ କଡ଼ା ହୁଏ ଚେକିଂ । ରାଜନେତା ହୁଅନ୍ତୁ କି ସୁପରଷ୍ଟାର୍, ସଭିଙ୍କ ଉପରେ ରହେ ଫ୍ଲାଇଙ୍ଗ ସ୍କ୍ୱାଡ୍‌ର ଆଖି । ଠିକ୍ ଏମିତି କିଛି ଘଟିଛି ତାମିଲ ସୁପରଷ୍ଟାର୍ ତଥା TVK ଚିଫ୍ ବିଜୟଙ୍କ ସହ । ମଦୁରାଇ ନିକଟରେ ତାଙ୍କ ଗାଡ଼ିକୁ ଅଟକାଇ ପୁରା ତଲାସି ନେଇଛନ୍ତି ଅଧିକାରୀ ।

ସୂଚନା ମୁତାବକ, ବିଜୟ ନିଜ କାର୍‌ରେ ମଦୁରାଇ ଦେଇ ଯାଉଥିବା ବେଳେ ଏକ ଚେକ୍‌ପୋଷ୍ଟ ପାଖରେ ତାଙ୍କୁ ରୋକାଯାଇଥିଲା । ଇଲେକ୍ସନ ଫ୍ଲାଇଙ୍ଗ ସ୍କ୍ୱାଡ୍‌ ସେଠାରେ ପ୍ରତିଟି ଗାଡ଼ିକୁ ଯାଞ୍ଚ କରୁଥିଲେ । ବିଜୟଙ୍କ ଗାଡ଼ି ପହଞ୍ଚିବା ମାତ୍ରେ ଅଧିକାରୀମାନେ ତାଙ୍କୁ ଅଟକିବାକୁ ସିଗନାଲ ଦେଇଥିଲେ । କୌଣସି ଆପତ୍ତିଜନକ ଜିନିଷ ବା କ୍ୟାଶ୍ ନେଇ ଯାଉଛନ୍ତି କି ନାହିଁ, ତାହା ଚେକ୍ କରିବା ପାଇଁ ଅଧିକାରୀମାନେ ଗାଡ଼ି ଭିତର ପୁରା ଖାନତଲାସ କରିଥିଲେ ।

ବିଜୟ ମଧ୍ୟ ଜଣେ ସଚେତନ ନାଗରିକ ପରି ଟିମ୍‌କୁ ପୁରା ସହଯୋଗ କରିଥିଲେ । ଗାଡ଼ିର ସବୁ ବ୍ୟାଗ୍‌ ଏବଂ କୋଣ ଅନୁକୋଣକୁ ଅଧିକାରୀମାନେ ଯାଞ୍ଚ କରିଥିଲେ । ତେବେ ଖୋଳତାଡ଼ ପରେ ତାଙ୍କ ଗାଡ଼ିରୁ କିଛି ବି ବେଆଇନ ଜିନିଷ ମିଳିନଥିଲା । ସବୁ କ୍ଲିୟର ହେବା ପରେ ଅଧିକାରୀମାନେ ତାଙ୍କୁ ଯିବାକୁ ଅନୁମତି ଦେଇଥିଲେ ।

ଏହି ଘଟଣାର ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି । ନିର୍ବାଚନ ସମୟରେ ନିୟମ ସମସ୍ତଙ୍କ ପାଇଁ ସମାନ, ଏହି ବାର୍ତ୍ତା ଏବେ ସାରା ତାମିଲନାଡୁରେ ଚର୍ଚ୍ଚାର ବିଷୟ ପାଲଟିଛି । ନିକଟରେ ବିଜୟ ନିଜର ନୂଆ ପଲିଟିକାଲ ପାର୍ଟି TVK ଗଠନ କରିଥିବାରୁ ଏହି ଘଟଣାକୁ ନେଇ ସାଧାରଣରେ ବେଶ୍ ଚର୍ଚ୍ଚା ହେଉଛି ।

Related posts

କରଣଙ୍କ କ୍ରୋଧ : ବଲିଉଡରେ ଚାଲିଛି 'ଫେକ୍' ଖେଳ, ପେଡ୍ ପିଆରକୁ ଖୋଲାଖୋଲି ଝାଡ଼ିଲେ ଧର୍ମା ମାଲିକ

କରଣଙ୍କ କ୍ରୋଧ : ବଲିଉଡରେ ଚାଲିଛି ‘ଫେକ୍’ ଖେଳ, ପେଡ୍ ପିଆରକୁ ଖୋଲାଖୋଲି ଝାଡ଼ିଲେ ଧର୍ମା ମାଲିକ

ଗୋବିନ୍ଦାଙ୍କୁ ନେଇ ପତ୍ନୀଙ୍କ ବଡ଼ ଖୁଲାସା: ପୁଅ ହେଲେ ଗୋବିନ୍ଦାଙ୍କ ପରି ହେଉ, ହେଲେ ସ୍ୱାମୀ ନୁହେଁ!

ଗୋବିନ୍ଦାଙ୍କୁ ନେଇ ପତ୍ନୀଙ୍କ ବଡ଼ ଖୁଲାସା: ପୁଅ ହେଲେ ଗୋବିନ୍ଦାଙ୍କ ପରି ହେଉ, ହେଲେ ସ୍ୱାମୀ ନୁହେଁ!

ରିଆଙ୍କୁ ଆଶ୍ଵସ୍ତି : ଖୋଲିଲା ବ୍ୟାଙ୍କ ଆକାଉଣ୍ଟ, ଫେରି ପାଇବେ ଲାପଟପ୍ ଓ ମୋବାଇଲ

ରିଆଙ୍କୁ ଆଶ୍ଵସ୍ତି : ଖୋଲିଲା ବ୍ୟାଙ୍କ ଆକାଉଣ୍ଟ, ଫେରି ପାଇବେ ଲାପଟପ୍ ଓ ମୋବାଇଲ

Latest Posts
ଆସାମ ଇଲେକ୍ସନ୍ : ନୂଆ ସିଟ୍‌ରେ ପୁରୁଣା ଖେଳାଳି, ୱାଜେଦଙ୍କ ଉପରେ କଂଗ୍ରେସର ବଡ଼ ବେଟ୍

ଆସାମ ଇଲେକ୍ସନ୍ : ନୂଆ ସିଟ୍‌ରେ ପୁରୁଣା ଖେଳାଳି, ୱାଜେଦଙ୍କ ଉପରେ କଂଗ୍ରେସର ବଡ଼ ବେଟ୍

ଖୋଲା ଛାତ, ରକେଟ୍ ଭଳି ସ୍ପିଡ୍ : ରାସ୍ତାରେ ନିଆଁ ଲଗାଇବ ବିଏମଡବ୍ଲୁ ର ନୂଆ କାର୍

ଖୋଲା ଛାତ, ରକେଟ୍ ଭଳି ସ୍ପିଡ୍ : ରାସ୍ତାରେ ନିଆଁ ଲଗାଇବ ବିଏମଡବ୍ଲୁ ର ନୂଆ କାର୍

ବେଙ୍ଗଲ୍ ଫେଜ୍-2 ଭୋଟିଂ : ଆରମ୍ଭରୁ ଆକ୍ସନ୍, ଇଭିଏମ୍ ଗଡ଼ବଡ଼ ସାଙ୍ଗକୁ ହିଂସା

ବେଙ୍ଗଲ୍ ଫେଜ୍-2 ଭୋଟିଂ : ଆରମ୍ଭରୁ ଆକ୍ସନ୍, ଇଭିଏମ୍ ଗଡ଼ବଡ଼ ସାଙ୍ଗକୁ ହିଂସା

ଅର୍ଥନୀତି ଉପରେ ମାଡ଼ : କାହିଁକି ଧନୀ ଇସ୍ରାଏଲକୁ ଦରକାର ପଡ଼ିଲା ଟ୍ରମ୍ପଙ୍କ 'ବେଲଆଉଟ୍' ?

ଅର୍ଥନୀତି ଉପରେ ମାଡ଼ : କାହିଁକି ଧନୀ ଇସ୍ରାଏଲକୁ ଦରକାର ପଡ଼ିଲା ଟ୍ରମ୍ପଙ୍କ ‘ବେଲଆଉଟ୍’ ?

Sticky Mobile Footer
Home Latest Trending Categories Podcast

Your go-to destination for the facts and trending news in Odia language. We are committed to delivering accurate, reliable, and real news covering various topics, including politics, business, technology, entertainment, sports, and more.

Popular Catagory

  • ଆନ୍ତର୍ଜାତୀୟ
  • ଖେଳ
  • ବଲିଉଡ୍
  • Tech
  • Auto

Company

  • About Us
  • Terms and Conditons
  • Privacy Policy
  • Contact Us

© 2025 Odiapaper. All rights reserved.

Type above and press Enter to search. Press Esc to cancel.