Close Menu
Odiapaper (ଓଡ଼ିଆ ନ୍ୟୁଜ୍) – Facts First. Always.
  • Latest News
  • ଆନ୍ତର୍ଜାତୀୟ
  • ଜାତୀୟ
  • ପଲିଟିକ୍ସ
  • ବାଣିଜ୍ୟ
  • ଖେଳ
  • ବଲିଉଡ୍
  • Tech
  • Auto
Facebook X (Twitter)
Odiapaper (ଓଡ଼ିଆ ନ୍ୟୁଜ୍) – Facts First. Always.Odiapaper (ଓଡ଼ିଆ ନ୍ୟୁଜ୍) – Facts First. Always.
Facebook X (Twitter)
  • Home
  • ଆନ୍ତର୍ଜାତୀୟ
  • ଜାତୀୟ
  • ପଲିଟିକ୍ସ
  • ବାଣିଜ୍ୟ
  • ଖେଳ
  • ବଲିଉଡ୍
  • Tech
  • Auto
Odiapaper (ଓଡ଼ିଆ ନ୍ୟୁଜ୍) – Facts First. Always.
Home»ବଲିଉଡ୍

ସରିଗଲା ଏକ ସୁବର୍ଣ୍ଣ ଯୁଗ : ଆଈଙ୍କ ବିଦାୟରେ ନାତୁଣୀ ଜାନାଇଙ୍କ ଇମୋସନାଲ ପୋଷ୍ଟ

ବଲିଉଡ୍
ସରିଗଲା ଏକ ସୁବର୍ଣ୍ଣ ଯୁଗ : ଆଈଙ୍କ ବିଦାୟରେ ନାତୁଣୀ ଜାନାଇଙ୍କ ଇମୋସନାଲ ପୋଷ୍ଟ
Share
Facebook Twitter Email WhatsApp

ମୁମ୍ବାଇ: ଚୁପ୍ ହୋଇଯାଇଛି ସେହି ମିଠା ସ୍ୱର। ସଂଗୀତ ଦୁନିଆର ସବୁଠୁ ଉଜ୍ଜ୍ୱଳ ନକ୍ଷତ୍ର ଆଶା ଭୋସଲେ ଆଉ ନାହାନ୍ତି। ସ୍ୱରର ସାମ୍ରାଜ୍ଞୀଙ୍କ ବିଦାୟ ପରେ ପୁରା ଦେଶ ଏବେ ଶୋକରେ ବୁଡ଼ି ରହିଥିବା ବେଳେ ସବୁଠୁ ବେଶୀ ଭାଙ୍ଗି ପଡ଼ିଛନ୍ତି ତାଙ୍କ ନାତୁଣୀ ଜାନାଇ ଭୋସଲେ। ଆଈଙ୍କ ମୃତ୍ୟୁ ପରେ ପ୍ରଥମ କରି ସୋସିଆଲ ମିଡିଆରେ ଏକ ଅତି ଦୁଃଖଭରା ପୋଷ୍ଟ ଶେୟାର କରିଛନ୍ତି ଜାନାଇ, ଯାହା ଏବେ ଇଣ୍ଟରନେଟରେ ଭାଇରାଲ ହେବାରେ ଲାଗିଛି।

ଜାନାଇ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଆଶାଙ୍କୁ ‘ଲଭ୍ ଅଫ୍ ମାଇଁ ଲାଇଫ୍’ (Love of my life) ବୋଲି ସମ୍ବୋଧନ କରିଛନ୍ତି। ସେ ଲେଖିଛନ୍ତି ଯେ, “ସେ ଉପରୁ ସବୁ ଦେଖୁଛନ୍ତି” (She has seen it all from above)। ନିଜ ଆଈଙ୍କ ସହ ଥିବା ଅତି ନିବିଡ଼ ସମ୍ପର୍କକୁ ମନେ ପକାଇ ଜାନାଇ ଏହି ଇମୋସନାଲ ନୋଟ୍ ଲେଖିଛନ୍ତି। ଜାନାଇଙ୍କ ଏହି ପୋଷ୍ଟ ଦେଖି ଫ୍ୟାନ୍ସମାନଙ୍କ ଆଖି ମଧ୍ୟ ଓଦା ହୋଇଯାଇଛି।

ସୂଚନାଯୋଗ୍ୟ ଯେ, ଗତ ଏପ୍ରିଲ 12 ତାରିଖରେ ମୁମ୍ବାଇର ବ୍ରିଚ୍ କାଣ୍ଡି ହସ୍ପିଟାଲରେ 92 ବର୍ଷ ବୟସରେ ଆଶା ଭୋସଲେଙ୍କର ଦେହାନ୍ତ ହୋଇଥିଲା। ସେ ମଲ୍ଟି-ଅର୍ଗାନ ଫେଲୁଅର୍ କାରଣରୁ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। 8 ଦଶନ୍ଧିରୁ ଅଧିକ ସମୟ ଧରି ସେ ନିଜ ସ୍ୱରରେ କୋଟି କୋଟି ଲୋକଙ୍କୁ ମନ୍ତ୍ରମୁଗ୍ଧ କରି ରଖିଥିଲେ। କିନ୍ତୁ ଆଜି ସେହି ଲିଜେଣ୍ଡାରୀ ସିଙ୍ଗରଙ୍କ ଅନୁପସ୍ଥିତି ତାଙ୍କ ପରିବାର ଓ ବିଶେଷ କରି ଜାନାଇଙ୍କ ପାଇଁ ଏକ ଅପୂରଣୀୟ କ୍ଷତି।

ଜାନାଇ ସବୁବେଳେ ନିଜ ଆଈଙ୍କ ସହ ଅତି ନିକଟତର ରହିଆସିଛନ୍ତି। ବିଭିନ୍ନ ଇଭେଣ୍ଟ ଓ ପ୍ରୋଗ୍ରାମରେ ଦୁହିଁଙ୍କୁ ଏକାଠି ଦେଖିବାକୁ ମିଳୁଥିଲା। ଏବେ ଆଶାଙ୍କ ବିଦାୟ ପରେ ଜାନାଇ ନିଜକୁ ଏକା ଅନୁଭବ କରୁଥିଲେ ମଧ୍ୟ, ତାଙ୍କର ସ୍ମୃତିକୁ ନେଇ ଆଗକୁ ବଢ଼ିବାକୁ ଚେଷ୍ଟା କରୁଥିବା ଏହି ପୋଷ୍ଟରୁ ସ୍ପଷ୍ଟ ଜଣାପଡ଼ୁଛି।

Related posts

ବିଶ୍ୱରେ ଦବଦବା : ଟାଇମ୍‌ସର ‘ପାୱାରଫୁଲ୍’ ଲିଷ୍ଟରେ ପିଚାଇ, ରଣବୀର ଓ ବିକାଶ

ବିଶ୍ୱରେ ଦବଦବା : ଟାଇମ୍‌ସର ‘ପାୱାରଫୁଲ୍’ ଲିଷ୍ଟରେ ପିଚାଇ, ରଣବୀର ଓ ବିକାଶ

ବିଜୟ-ରଶ୍ମିକାଙ୍କ ଗ୍ରାଣ୍ଡ ୱେଡିଂ: ମେକଅପ୍ ପାଇଁ ମାତ୍ର 40 ମିନିଟ୍, ସୋସିଆଲ ମିଡିଆରେ ହଲଚଲ୍!

ବିଜୟ-ରଶ୍ମିକାଙ୍କ ଗ୍ରାଣ୍ଡ ୱେଡିଂ: ମେକଅପ୍ ପାଇଁ ମାତ୍ର 40 ମିନିଟ୍, ସୋସିଆଲ ମିଡିଆରେ ହଲଚଲ୍!

ସ୍ୱରର ସୁପରଷ୍ଟାର୍, ଜୀବନଟା ପୂରା ଟ୍ରାଜେଡି : ଆଶା ଭୋସଲେଙ୍କ କାହାଣୀ ଶୁଣିଲେ ଆଖିରୁ ଝରିବ ଲୁହ

ସ୍ୱରର ସୁପରଷ୍ଟାର୍, ଜୀବନଟା ପୂରା ଟ୍ରାଜେଡି : ଆଶା ଭୋସଲେଙ୍କ କାହାଣୀ ଶୁଣିଲେ ଆଖିରୁ ଝରିବ ଲୁହ

Latest Posts
ମହିଳା ବିଲ୍‌କୁ ନେଇ ହଟଚମଟ: କୋଟା ଭିତରେ କୋଟା ଦାବି କଲେ ଅଖିଳେଶ, କଡ଼ା ଜବାବ ଦେଲେ ଶାହ

ମହିଳା ବିଲ୍‌କୁ ନେଇ ହଟଚମଟ: କୋଟା ଭିତରେ କୋଟା ଦାବି କଲେ ଅଖିଳେଶ, କଡ଼ା ଜବାବ ଦେଲେ ଶାହ

ନିଷ୍ଠୁର ଜେଜେ : ନାତୁଣୀକୁ ଖରାରେ ବାନ୍ଧି ପୁଲିସ ବାବୁ ସସପେଣ୍ଡ

ନିଷ୍ଠୁର ଜେଜେ : ନାତୁଣୀକୁ ଖରାରେ ବାନ୍ଧି ପୁଲିସ ବାବୁ ସସପେଣ୍ଡ

ରୁଷର ମିସାଇଲ ମାଡ଼: ରକ୍ତରଂଜିତ ୟୁକ୍ରେନ, ୧୬ ମୃତ

ରୁଷର ମିସାଇଲ ମାଡ଼: ରକ୍ତରଂଜିତ ୟୁକ୍ରେନ, ୧୬ ମୃତ

ବିଶ୍ୱରେ ଦବଦବା : ଟାଇମ୍‌ସର ‘ପାୱାରଫୁଲ୍’ ଲିଷ୍ଟରେ ପିଚାଇ, ରଣବୀର ଓ ବିକାଶ

ବିଶ୍ୱରେ ଦବଦବା : ଟାଇମ୍‌ସର ‘ପାୱାରଫୁଲ୍’ ଲିଷ୍ଟରେ ପିଚାଇ, ରଣବୀର ଓ ବିକାଶ

Sticky Mobile Footer
Home Latest Trending Categories Podcast

Your go-to destination for the facts and trending news in Odia language. We are committed to delivering accurate, reliable, and real news covering various topics, including politics, business, technology, entertainment, sports, and more.

Popular Catagory

  • ଆନ୍ତର୍ଜାତୀୟ
  • ଖେଳ
  • ବଲିଉଡ୍
  • Tech
  • Auto

Company

  • About Us
  • Terms and Conditons
  • Privacy Policy
  • Contact Us

© 2025 Odiapaper. All rights reserved.

Type above and press Enter to search. Press Esc to cancel.