ମୁମ୍ବାଇ: ବଲିଉଡର ସେହି ଏନର୍ଜେଟିକ ହିରୋ, ଯିଏ ସବୁବେଳେ ନିଜ ଷ୍ଟାଇଲ୍ ଆଉ ମସ୍ତି ପାଇଁ ଚର୍ଚ୍ଚାରେ ରୁହନ୍ତି, ସେ ଏବେ ପୁରା ବଦଳି ଯାଇଛନ୍ତି। ରଣବୀର ସିଂହଙ୍କ ଜୀବନରେ ଏବେ ଏକ ନୂଆ ରଙ୍ଗ ଭରିଯାଇଛି। କାରଣ ତାଙ୍କ ହାତକୁ ଆସିଛି ତାଙ୍କ ଦୁନିଆର ସବୁଠୁ ବଡ଼ ଖୁସି। ଝିଅ ‘ଦୁଆ’ ଆସିବା ପରେ ରଣବୀର ଏବେ ନିଜକୁ ଦୁନିଆର ସବୁଠୁ ଭାଗ୍ୟବାନ ବ୍ୟକ୍ତି ବୋଲି ଭାବୁଛନ୍ତି।
ନିକଟରେ ଏକ ଇଣ୍ଟରଭ୍ୟୁରେ ରଣବୀର ନିଜ ମନର କଥା ଖୋଲି କହିଛନ୍ତି। ସେ କହିଛନ୍ତି ଯେ, ବାପା ହେବା ପରେ ତାଙ୍କୁ ଲାଗୁଛି ଯେମିତି ସବୁକିଛି ଏକ ‘ମ୍ୟାଜିକ୍’। ଏମିତି ଏକ ଅନୁଭୂତି ଯାହାକୁ ଶବ୍ଦରେ ବର୍ଣ୍ଣନା କରିବା ସହଜ ନୁହେଁ। ଝିଅ ମୁହଁ ଦେଖିବା ମାତ୍ରେ ତାଙ୍କର ସବୁ ଥକ୍କାପଣ ଦୂର ହୋଇଯାଉଛି। ରଣବୀରଙ୍କ କହିବା କଥା, “ଏହା ଏକ ଇନଫିନାଇଟ୍ ହାପିନେସ୍, ଯାହାର କୌଣସି ସୀମା ନାହିଁ।”
ସୂଚନା ଅନୁସାରେ, ଗତ September 8 ତାରିଖରେ ଦୀପିକା ପାଦୁକୋନ ଓ ରଣବୀରଙ୍କ କୋଳକୁ ଆସିଥିଲା ତାଙ୍କର ପ୍ରଥମ ସନ୍ତାନ। ସେବେଠାରୁ ଉଭୟ ଷ୍ଟାର ନିଜ ଝିଅ ସହ Quality Time ବିତାଉଛନ୍ତି। ରଣବୀର ଏବେ ଫିଲ୍ମ ସୁଟିଂରୁ କିଛି ଦିନ ପାଇଁ ବ୍ରେକ୍ ନେଇ କେବଳ ଫ୍ୟାମିଲିକୁ ସମୟ ଦେଉଛନ୍ତି। ସେ କହିଛନ୍ତି ଯେ, ଘରେ ଦୁଆ ଆସିବା ପରେ ପୁରା Atmosphere ବଦଳି ଯାଇଛି ଏବଂ ସେ ପ୍ରତିଟି ମୁହୂର୍ତ୍ତକୁ Enjoy କରୁଛନ୍ତି।
ସୋସିଆଲ ମିଡିଆରେ ମଧ୍ୟ ରଣବୀରଙ୍କ ଏହି କଥାକୁ ନେଇ ଫ୍ୟାନ୍ସମାନେ ବେଶ୍ ଖୁସି ଅଛନ୍ତି। ସମସ୍ତେ କହୁଛନ୍ତି, ରଣବୀର କେବଳ ଜଣେ ସୁପରଷ୍ଟାର ନୁହନ୍ତି, ବରଂ ଜଣେ ସୁପର ଡ୍ୟାଡ୍ ମଧ୍ୟ। ସତରେ, ବାପା ହେବାର ଏହି ଫିଲିଂସ ରଣବୀରଙ୍କ ଜୀବନକୁ ପୁରାପୁରି ‘ମ୍ୟାଜିକାଲ୍’ କରିଦେଇଛି।




