ମୁମ୍ବାଇ: ବଲିଉଡରେ ଏବେ ‘ଧୁରନ୍ଧର-୨’କୁ ନେଇ ଜବରଦସ୍ତ କ୍ରେଜ୍। ହଲ୍ ବାହାରେ ଲମ୍ବା ଲାଇନ୍ ଆଉ ଫ୍ୟାନ୍ସଙ୍କ ହାଲ୍ଲାବୋଲ୍। ହେଲେ ଏହି ଧାଁ-ଧପଡ଼ ଭିତରେ ବି ଅକ୍ଷୟ କୁମାରଙ୍କ ‘ଭୂତ’ ସମସ୍ତଙ୍କୁ ଡରାଇବା ସହ ହସାଇବାରେ ସଫଳ ହୋଇଛି। ବଡ଼ ବଡ଼ ଫିଲ୍ମକୁ ଟକ୍କର ଦେଇ ବକ୍ସ ଅଫିସରେ ଏବେ ବି ଗର୍ଜୁଛି ‘ଭୂତ ବାଙ୍ଗଲା’।
ଖିଲାଡି କୁମାର ପୁଣି ଥରେ ନିଜ ପୁରୁଣା ଫର୍ମକୁ ଫେରିଛନ୍ତି। ତାଙ୍କର ଏହି ନୂଆ ମୁଭି ବକ୍ସ ଅଫିସରେ ଜମେଇ କି ବିଜନେସ୍ କରୁଛି। ଲାଟେଷ୍ଟ ରିପୋର୍ଟ ଅନୁସାରେ, ‘ଭୂତ ବାଙ୍ଗଲା’ ଏବେ ସୁଦ୍ଧା 117.71 କୋଟି ଟଙ୍କାର କଲେକ୍ସନ କରି ସମସ୍ତଙ୍କୁ ଚମକାଇ ଦେଇଛି। ଲଗାତାର ଫ୍ଲପ୍ ପରେ ଅକ୍ଷୟଙ୍କ ପାଇଁ ଏହି ନମ୍ବର ଏକ ବଡ଼ ଆଶ୍ୱସ୍ତି ନେଇ ଆସିଛି।
ସବୁଠୁ ବଡ଼ ଚ୍ୟାଲେଞ୍ଜ ଥିଲା ‘ଧୁରନ୍ଧର-୨’। ଏହି ବଡ଼ ଫିଲ୍ମର ଫ୍ରେଞ୍ଜି ମଝିରେ ଅକ୍ଷୟଙ୍କ ମୁଭି ଫିକା ପଡ଼ିଯିବ ବୋଲି ଟ୍ରେଡ୍ ଆନାଲିଷ୍ଟମାନେ ଭାବୁଥିଲେ। ହେଲେ ରିଜଲ୍ଟ ପୂରା ଓଲଟା। ‘ଭୂତ ବାଙ୍ଗଲା’ ଏବେ ବି ଷ୍ଟେଡି ରହିଛି। ଅକ୍ଷୟଙ୍କ କମେଡି ଟାଇମିଂ ଆଉ ହରର୍ର ମିକ୍ସଚର ଦର୍ଶକଙ୍କୁ ପୂରା ପଇସା ଉସୁଲ୍ ମନୋରଞ୍ଜନ ଦେଉଛି। ଫ୍ୟାମିଲି ଅଡିଏନ୍ସ ମଧ୍ୟ ଥିଏଟରକୁ ଛୁଟିବାରେ ଲାଗିଛନ୍ତି।
ବଲିଉଡ ଏକ୍ସପର୍ଟଙ୍କ ମତରେ, ଆଗକୁ ଏହି କଲେକ୍ସନ ଆହୁରି ବଢ଼ିବ। ‘ଧୁରନ୍ଧର-୨’ର ପ୍ରଭାବ ସତ୍ତ୍ୱେ ଫିଲ୍ମଟି ତାର ନିଜସ୍ୱ ସ୍ପେସ୍ ତିଆରି କରିପାରିଛି। ବହୁ ଦିନ ପରେ ଅକ୍ଷୟଙ୍କ ଗାଡ଼ି ପୁଣି ଫୁଲ୍ ସ୍ପିଡ୍ରେ ଦୌଡ଼ିବା ଆରମ୍ଭ କରିଛି।




