ମୁମ୍ବାଇ: ବଡ଼ ପରଦାରେ ପୁଣି ଫେରିଛି ସେଇ ପୁରୁଣା ଦିନ। ହଲ୍ ଭିତରେ ଦର୍ଶକଙ୍କ ସିଟି ଆଉ ତାଳିମାଡ଼ରେ କମ୍ପୁଛି ପୁରା ବାତାବରଣ। ଲଗାତାର କିଛି ଫ୍ଲପ୍ ସିନେମା ପରେ ବଲିଉଡର ଖିଲାଡ଼ି ଅକ୍ଷୟ କୁମାର ପୁଣି ଥରେ ନିଜ ଅନ୍ଦାଜକୁ ଫେରିଛନ୍ତି। ପ୍ରିୟଦର୍ଶନଙ୍କ ନିର୍ଦ୍ଦେଶନାରେ ତିଆରି ‘ଭୂତ ବାଂଲା’ ଏବେ ବକ୍ସ ଅଫିସରେ ନିଆଁ ଲଗାଉଛି।
ସବୁଠାରୁ ବଡ଼ କଥା ହେଉଛି, ମାର୍କେଟରେ ‘ଧୁରନ୍ଧର 2’ ଭଳି ବଡ଼ ସିନେମାର ୱେଭ୍ ଚାଲିଥିଲେ ବି ଅକ୍ଷୟଙ୍କ ମ୍ୟାଜିକ କମିନାହିଁ। ଦର୍ଶକମାନେ ଏହି ହରର୍-କମେଡିକୁ ଦେଖିବା ପାଇଁ ପାଗଳ ହେଉଛନ୍ତି। ଟ୍ରେଡ୍ ଆନାଲିଷ୍ଟଙ୍କ ରିପୋର୍ଟ ଅନୁସାରେ, ‘ଭୂତ ବାଂଲା’ ଖୁବ୍ ଶୀଘ୍ର ଇଣ୍ଡିଆରେ 100 କୋଟି କ୍ଲବରେ ଏଣ୍ଟ୍ରି କରିବାକୁ ଯାଉଛି।
ବହୁ ବର୍ଷ ପରେ ଅକ୍ଷୟ ଏବଂ ପ୍ରିୟଦର୍ଶନଙ୍କ ଯୋଡ଼ି ଏକାଠି ହୋଇଥିବାରୁ ଫ୍ୟାନମାନଙ୍କ ମଧ୍ୟରେ ଜବରଦସ୍ତ କ୍ରେଜ୍ ଦେଖିବାକୁ ମିଳିଛି। ସିନେମାଟିର କଲେକ୍ସନ ଦିନକୁ ଦିନ ବଢ଼ିବାରେ ଲାଗିଛି। ଯଦି ଏହି ଟ୍ରେଣ୍ଡ ଜାରି ରୁହେ, ତେବେ ଏହା ଚଳିତ ବର୍ଷର ସବୁଠାରୁ ବଡ଼ ହିଟ୍ ଲିଷ୍ଟରେ ସାମିଲ ହେବ।
ବର୍ତ୍ତମାନର ସିଚୁଏସନ ଦେଖିଲେ ମନେହେଉଛି, ଅକ୍ଷୟଙ୍କ ଖରାପ ସମୟ ଏବେ ଶେଷ ହୋଇଛି। ବକ୍ସ ଅଫିସରେ ଖିଲାଡ଼ିଙ୍କ ଗାଡ଼ି ଏବେ ଟପ୍ ଗିୟରରେ ଚାଲିଛି। ‘ଭୂତ ବାଂଲା’ର ଏହି ସଫଳତା ପରେ ବଲିଉଡରେ ଏବେ କେବଳ ଅକ୍ଷୟଙ୍କୁ ନେଇ ଚର୍ଚ୍ଚା। ଏହି ମୁଭିଟି କେବଳ ଏଣ୍ଟରଟେନମେଣ୍ଟ ଦେଉନାହିଁ, ବରଂ ବକ୍ସ ଅଫିସର ସବୁ ରେକର୍ଡ ଭାଙ୍ଗିବାକୁ ପ୍ରସ୍ତୁତ ହେଉଛି।




