Close Menu
Odiapaper (ଓଡ଼ିଆ ନ୍ୟୁଜ୍) – Facts First. Always.
  • Latest News
  • ଆନ୍ତର୍ଜାତୀୟ
  • ଜାତୀୟ
  • ପଲିଟିକ୍ସ
  • ବାଣିଜ୍ୟ
  • ଖେଳ
  • ବଲିଉଡ୍
  • Tech
  • Auto
Facebook X (Twitter)
Odiapaper (ଓଡ଼ିଆ ନ୍ୟୁଜ୍) – Facts First. Always.Odiapaper (ଓଡ଼ିଆ ନ୍ୟୁଜ୍) – Facts First. Always.
Facebook X (Twitter)
  • Home
  • ଆନ୍ତର୍ଜାତୀୟ
  • ଜାତୀୟ
  • ପଲିଟିକ୍ସ
  • ବାଣିଜ୍ୟ
  • ଖେଳ
  • ବଲିଉଡ୍
  • Tech
  • Auto
Odiapaper (ଓଡ଼ିଆ ନ୍ୟୁଜ୍) – Facts First. Always.
Home»ବଲିଉଡ୍

କରଣଙ୍କ କ୍ରୋଧ : ବଲିଉଡରେ ଚାଲିଛି ‘ଫେକ୍’ ଖେଳ, ପେଡ୍ ପିଆରକୁ ଖୋଲାଖୋଲି ଝାଡ଼ିଲେ ଧର୍ମା ମାଲିକ

ବଲିଉଡ୍
କରଣଙ୍କ କ୍ରୋଧ : ବଲିଉଡରେ ଚାଲିଛି 'ଫେକ୍' ଖେଳ, ପେଡ୍ ପିଆରକୁ ଖୋଲାଖୋଲି ଝାଡ଼ିଲେ ଧର୍ମା ମାଲିକ
Share
Facebook Twitter Email WhatsApp

ମୁମ୍ବାଇ: ବଲିଉଡର ଚାକଚକ୍ୟ ଭରା ଦୁନିଆରେ ଏବେ ଟ୍ୟାଲେଣ୍ଟ ଅପେକ୍ଷା ଟଙ୍କାର ବୋଲ୍‌ବାଲା ଅଧିକ। ଯେଉଁଠି ସିନେମା ରିଲିଜ୍ ହେବା ଆଗରୁ ‘ହିଟ୍’ ବୋଲି ଢୋଲ ପିଟାଯାଉଛି, ସେଠାରେ ଅସଲ କାମ କୁଆଡ଼େ ହଜିଯାଇଛି। ଏହି ମିଛ ଦୁନିଆ ଏବଂ ପବ୍ଲିସିଟିର ପାଗଳାମିକୁ ନେଇ ଏବେ ମୁହଁ ଖୋଲିଛନ୍ତି ବଲିଉଡର ସବୁଠୁ ପାୱାରଫୁଲ୍ ନିର୍ଦ୍ଦେଶକ ତଥା ପ୍ରଡ୍ୟୁସର କରଣ ଜୋହର। ଇଣ୍ଡଷ୍ଟ୍ରିରେ ଚାଲିଥିବା ‘ପେଡ୍ ପିଆର’ (Paid PR) କଲ୍‌ଚରକୁ ସେ କଡ଼ା ସମାଲୋଚନା କରିବା ସହ ସମସ୍ତଙ୍କୁ ଏକ ବଡ଼ ଚେତାବନୀ ଦେଇଛନ୍ତି।

କରଣ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ଏକ ଲମ୍ବା ପୋଷ୍ଟ ଶେୟାର କରି ନିଜର ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ସେ ସିଧାସିଧା କହିଛନ୍ତି, “ନିଜର ଆଚିଭମେଣ୍ଟକୁ ନିଜେ କହିବାକୁ ଦିଅନ୍ତୁ, ଏହାକୁ ଟଙ୍କା ଦେଇ କିଣନ୍ତୁ ନାହିଁ।” କରଣଙ୍କ କହିବା କଥା ହେଉଛି, ଆଜିକାଲି ଅନେକ ଆକ୍ଟର ଏବଂ ଫିଲ୍ମମେକର ନିଜକୁ ବଡ଼ ଦେଖାଇବା ପାଇଁ ପିଆର ଏଜେନ୍ସିଙ୍କୁ କୋଟି କୋଟି ଟଙ୍କା ଦେଉଛନ୍ତି। ଏହି ଏଜେନ୍ସିମାନେ ମିଛ ରିଭ୍ୟୁ (Review) ଏବଂ ବକ୍ସ ଅଫିସ୍ ଡାଟା ଦେଖାଇ ଲୋକଙ୍କୁ ଭୂଆଁ ବୁଲାଉଛନ୍ତି।

ରିପୋର୍ଟ ମୁତାବକ, ବଲିଉଡରେ ଏବେ ମାର୍କେଟିଂ ନାଁରେ କେବଳ ମିଛ ପ୍ରଚାର ଚାଲିଛି। କରଣଙ୍କ ମତରେ, ଯଦି ଆପଣଙ୍କ କାମରେ ଦମ୍ ଅଛି, ତେବେ ତାହା ନିଜେ ବୋଲିବ। ଏଥିପାଇଁ କୌଣସି ପେଡ୍ କ୍ୟାମ୍ପେନର ଆବଶ୍ୟକତା ନାହିଁ। କରଣଙ୍କ ଏହି ପୋଷ୍ଟ ପରେ ଏବେ ପୁରା ବି-ଟାଉନରେ ଚର୍ଚ୍ଚା ଜୋର ଧରିଛି। ଜଣେ ବଡ଼ ପ୍ରଡ୍ୟୁସର ହୋଇ ମଧ୍ୟ ସେ ଯେଉଁଭଳି ଭାବେ ନିଜ ଇଣ୍ଡଷ୍ଟ୍ରିର ଭୁଲ୍‌କୁ ଧରାଇଛନ୍ତି, ତାହାକୁ ଅନେକ ପ୍ରଶଂସା ମଧ୍ୟ କରୁଛନ୍ତି।

ବଲିଉଡରେ ଏହି ‘ପେଡ୍ ପିଆର’ ଗେମ୍ ବହୁ ପୁରୁଣା। କିନ୍ତୁ ପ୍ରଥମ ଥର ପାଇଁ କରଣଙ୍କ ଭଳି ଜଣେ ‘ଇନସାଇଡର’ ଏହି ମୁଖା ଖୋଲିଛନ୍ତି। ଏବେ ଦେଖିବାକୁ ବାକି ରହିଲା, କରଣଙ୍କ ଏହି ଝାଡ଼ପା ସୂଚନା ପରେ ବଲିଉଡର ଷ୍ଟାରମାନେ ନିଜର ଷ୍ଟ୍ରାଟେଜି ବଦଳାଉଛନ୍ତି କି ନାହିଁ। ସେ ସ୍ପଷ୍ଟ କରିଛନ୍ତି ଯେ, କାମର ସଫଳତା ସ୍ପଟ୍‌ଲାଇଟ୍‌ରେ ନୁହେଁ ବରଂ ଲୋକଙ୍କ ହୃଦୟରେ ରହିବା ଦରକାର।

Related posts

ଗୋବିନ୍ଦାଙ୍କୁ ନେଇ ପତ୍ନୀଙ୍କ ବଡ଼ ଖୁଲାସା: ପୁଅ ହେଲେ ଗୋବିନ୍ଦାଙ୍କ ପରି ହେଉ, ହେଲେ ସ୍ୱାମୀ ନୁହେଁ!

ଗୋବିନ୍ଦାଙ୍କୁ ନେଇ ପତ୍ନୀଙ୍କ ବଡ଼ ଖୁଲାସା: ପୁଅ ହେଲେ ଗୋବିନ୍ଦାଙ୍କ ପରି ହେଉ, ହେଲେ ସ୍ୱାମୀ ନୁହେଁ!

ରିଆଙ୍କୁ ଆଶ୍ଵସ୍ତି : ଖୋଲିଲା ବ୍ୟାଙ୍କ ଆକାଉଣ୍ଟ, ଫେରି ପାଇବେ ଲାପଟପ୍ ଓ ମୋବାଇଲ

ରିଆଙ୍କୁ ଆଶ୍ଵସ୍ତି : ଖୋଲିଲା ବ୍ୟାଙ୍କ ଆକାଉଣ୍ଟ, ଫେରି ପାଇବେ ଲାପଟପ୍ ଓ ମୋବାଇଲ

ବକ୍ସ ଅଫିସରେ ‘ଧୁରନ୍ଧର-୨’ : ୩୮ ଦିନରେ ବି ଥମୁନି ରଣବୀରଙ୍କ ଜଲୱା, ଏବେ ବି ମିଳୁଛି ‘ହିଟ୍‌’ ରେସ୍ପନ୍ସ

ବକ୍ସ ଅଫିସରେ ‘ଧୁରନ୍ଧର-୨’ : ୩୮ ଦିନରେ ବି ଥମୁନି ରଣବୀରଙ୍କ ଜଲୱା, ଏବେ ବି ମିଳୁଛି ‘ହିଟ୍‌’ ରେସ୍ପନ୍ସ

Latest Posts
ଆସାମ ଇଲେକ୍ସନ୍ : ନୂଆ ସିଟ୍‌ରେ ପୁରୁଣା ଖେଳାଳି, ୱାଜେଦଙ୍କ ଉପରେ କଂଗ୍ରେସର ବଡ଼ ବେଟ୍

ଆସାମ ଇଲେକ୍ସନ୍ : ନୂଆ ସିଟ୍‌ରେ ପୁରୁଣା ଖେଳାଳି, ୱାଜେଦଙ୍କ ଉପରେ କଂଗ୍ରେସର ବଡ଼ ବେଟ୍

ଖୋଲା ଛାତ, ରକେଟ୍ ଭଳି ସ୍ପିଡ୍ : ରାସ୍ତାରେ ନିଆଁ ଲଗାଇବ ବିଏମଡବ୍ଲୁ ର ନୂଆ କାର୍

ଖୋଲା ଛାତ, ରକେଟ୍ ଭଳି ସ୍ପିଡ୍ : ରାସ୍ତାରେ ନିଆଁ ଲଗାଇବ ବିଏମଡବ୍ଲୁ ର ନୂଆ କାର୍

ବେଙ୍ଗଲ୍ ଫେଜ୍-2 ଭୋଟିଂ : ଆରମ୍ଭରୁ ଆକ୍ସନ୍, ଇଭିଏମ୍ ଗଡ଼ବଡ଼ ସାଙ୍ଗକୁ ହିଂସା

ବେଙ୍ଗଲ୍ ଫେଜ୍-2 ଭୋଟିଂ : ଆରମ୍ଭରୁ ଆକ୍ସନ୍, ଇଭିଏମ୍ ଗଡ଼ବଡ଼ ସାଙ୍ଗକୁ ହିଂସା

ଅର୍ଥନୀତି ଉପରେ ମାଡ଼ : କାହିଁକି ଧନୀ ଇସ୍ରାଏଲକୁ ଦରକାର ପଡ଼ିଲା ଟ୍ରମ୍ପଙ୍କ 'ବେଲଆଉଟ୍' ?

ଅର୍ଥନୀତି ଉପରେ ମାଡ଼ : କାହିଁକି ଧନୀ ଇସ୍ରାଏଲକୁ ଦରକାର ପଡ଼ିଲା ଟ୍ରମ୍ପଙ୍କ ‘ବେଲଆଉଟ୍’ ?

Sticky Mobile Footer
Home Latest Trending Categories Podcast

Your go-to destination for the facts and trending news in Odia language. We are committed to delivering accurate, reliable, and real news covering various topics, including politics, business, technology, entertainment, sports, and more.

Popular Catagory

  • ଆନ୍ତର୍ଜାତୀୟ
  • ଖେଳ
  • ବଲିଉଡ୍
  • Tech
  • Auto

Company

  • About Us
  • Terms and Conditons
  • Privacy Policy
  • Contact Us

© 2025 Odiapaper. All rights reserved.

Type above and press Enter to search. Press Esc to cancel.