ମୁମ୍ବାଇ: ସିନେମା ହଲ୍ରେ ନୂଆ ନୂଆ ଫିଲ୍ମ ଆସୁଛି ଆଉ ଯାଉଛି, ହେଲେ ରଣବୀର ସିଂଙ୍କ ‘ଧୁରନ୍ଧର-୨’ ଏବେ ବି ଜିଦ୍ରେ ଅଟଳ। ରିଲିଜ୍ର ୩୮ ଦିନ ପରେ ବି ବକ୍ସ ଅଫିସରେ ନିଜର ଦବଦବା ବଜାୟ ରଖିଛି ଏହି ଆକ୍ସନ ମୁଭି। ଧିରେ ଧିରେ ହେଲେ ବି କଲେକ୍ସନ ଗାଡ଼ି ଆଗକୁ ବଢ଼ୁଛି, ଯାହାକୁ ଦେଖି ଟ୍ରେଡ୍ ଆନାଲିଷ୍ଟମାନେ ବି ଆଶ୍ଚର୍ଯ୍ୟ।
ସୂଚନା ଅନୁସାରେ, ରବିବାର ଅର୍ଥାତ ୩୮ ତମ ଦିନରେ ଫିଲ୍ମଟି ପ୍ରାୟ 1.15 କୋଟି ଟଙ୍କା ଆୟ କରିଛି। ଶୁକ୍ରବାର ଓ ଶନିବାର ତୁଳନାରେ ରବିବାର କଲେକ୍ସନରେ ସାମାନ୍ୟ ସୁଧାର ଦେଖିବାକୁ ମିଳିଛି। ଫ୍ୟାନମାନେ ଏବେ ବି ରଣବୀରଙ୍କ ଆକ୍ସନ ଓ ତାଙ୍କର ସ୍ୱାଗକୁ ପସନ୍ଦ କରୁଛନ୍ତି, ଯେଉଁଥିପାଇଁ ଲମ୍ବା ସମୟ ଧରି ଏହା ଥିଏଟରରେ ତିଷ୍ଠି ରହିଛି।
ଏହି ଲାଟେଷ୍ଟ ଆୟକୁ ମିଶାଇଲେ ଭାରତୀୟ ବଜାରରେ ‘ଧୁରନ୍ଧର-୨’ର ମୋଟ କଲେକ୍ସନ ପ୍ରାୟ 176.45 କୋଟି ଟଙ୍କାରେ ପହଞ୍ଚିଛି। ପ୍ରଥମ ସପ୍ତାହରେ ଯେଉଁ ସ୍ପିଡ୍ରେ ଫିଲ୍ମଟି ଚାଲିଥିଲା, ମଝିରେ ସେଥିରେ ଟିକେ ବ୍ରେକ୍ ଲାଗିଥିଲା। ହେଲେ ଏତେ ଦିନ ପରେ ବି କୋଟିଏରୁ ଅଧିକ ଟଙ୍କା ଆୟ କରିବା ନିଶ୍ଚିତ ଭାବେ ଏକ ବଡ଼ ଫିଗର ବୋଲି କୁହାଯାଉଛି।
ବଡ଼ ବଜେଟର ଏହି ଫିଲ୍ମଟି ତାର ରନିଂ ପିରିୟଡ ମଧ୍ୟରେ ଅନେକ ରେକର୍ଡ କରିଛି। ଆଗକୁ ଆହୁରି କିଛି ବଡ଼ ଫିଲ୍ମ ଲାଇନଅପ୍ରେ ଥିଲେ ବି ‘ଧୁରନ୍ଧର-୨’ ଏହି ସପ୍ତାହରେ ବି ଭଲ ବିଜନେସ କରିବ ବୋଲି ଆଶା କରାଯାଉଛି। ରଣବୀରଙ୍କ କ୍ୟାରିୟରରେ ଏହା ଆଉ ଏକ ସଫଳ ମାଇଲଖୁଣ୍ଟ ସାବ୍ୟସ୍ତ ହୋଇଛି।




