ମୁମ୍ବାଇ/ହାଇଦ୍ରାବାଦ: ରିଲ୍ ଲାଇଫ୍ରେ ସେମାନେ ସୁପରଷ୍ଟାର, ହେଲେ ରିଅଲ୍ ଲାଇଫ୍ରେ ସେମାନେ ବି କାହାର ନା କାହାର ବଡ଼ ଫ୍ୟାନ। କେତେବେଳେ ଜଣେ ଦିଗ୍ଗଜ ଅଭିନେତା ନିଜର ‘ଫ୍ୟାନବୟ’ ମୋମେଣ୍ଟକୁ ମନେ ପକାଉଛନ୍ତି ତ ଆଉ କେତେବେଳେ ଜଣେ ମେଗାଷ୍ଟାରଙ୍କୁ ସାମ୍ନାରେ ଦେଖି ପାଗଳ ହେଉଛନ୍ତି ହଜାର ହଜାର ଫ୍ୟାନ। ଏବେ ଏମିତି କିଛି ଚିତ୍ର ଦେଖିବାକୁ ମିଳିଛି ବଲିଉଡରୁ ଟଲିଉଡ ପର୍ଯ୍ୟନ୍ତ।
MJଙ୍କୁ ଭେଟିବା ଥିଲା ସ୍ୱପ୍ନ ବଲିଉଡର ଭେଟେରାନ ଆକ୍ଟର ଅନୁପମ ଖେର ସୋସିଆଲ ମିଡିଆରେ ଏକ ଫଟୋ ଶେୟାର କରି ପୁରୁଣା ଦିନକୁ ଫେରିଯାଇଛନ୍ତି। ବିଶ୍ୱପ୍ରସିଦ୍ଧ ପପ୍ ଷ୍ଟାର ମାଇକେଲ ଜ୍ୟାକସନଙ୍କ ବାୟୋପିକ ରିଲିଜ୍ ହେବାକୁ ଯାଉଥିବା ବେଳେ ଅନୁପମ ନିଜର ସେହି ସ୍ପେଶାଲ ମୁହୂର୍ତ୍ତକୁ ମନେ ପକାଇଛନ୍ତି। ଅନୁପମ କହିଛନ୍ତି ଯେ, ଯେତେବେଳେ ସେ ପ୍ରଥମ କରି MJଙ୍କୁ ଭେଟିଥିଲେ, ସେ ନିଜକୁ ଜଣେ ବଡ଼ ଫ୍ୟାନ ଭାବେ ଅନୁଭବ କରୁଥିଲେ। ସେହି ମୁହୂର୍ତ୍ତ ତାଙ୍କ ପାଇଁ କୌଣସି ସ୍ୱପ୍ନଠୁ କମ୍ ନଥିଲା। ସେତେବେଳେ ସେ MJଙ୍କ ଜଲୱା ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ।
ଥିଏଟରରେ ଅଲ୍ଲୁଙ୍କ ଏଣ୍ଟ୍ରି ସେପଟେ ଦକ୍ଷିଣ ଭାରତୀୟ ସିନେମାର ସୁପରଷ୍ଟାର ଅଲ୍ଲୁ ଅର୍ଜୁନଙ୍କୁ ନେଇ ହାଇଦ୍ରାବାଦରେ ଜବରଦସ୍ତ କ୍ରେଜ୍ ଦେଖିବାକୁ ମିଳିଛି। ପୁଷ୍ପା ଷ୍ଟାର ହଠାତ ହାଇଦ୍ରାବାଦର ଏକ ଲୋକାଲ ଥିଏଟରରେ ପହଞ୍ଚି ସମସ୍ତଙ୍କୁ ଚକିତ କରିଦେଇଥିଲେ। ସେ ସେଠାକୁ ଏକ ଫିଲ୍ମ ଦେଖିବାକୁ ଯାଇଥିଲେ। ଅଲ୍ଲୁଙ୍କୁ ଦେଖିବା ମାତ୍ରେ ଥିଏଟର ବାହାରେ ଫ୍ୟାନଙ୍କ ଭିଡ଼ ଜମିଥିଲା। ‘ପୁଷ୍ପା-ପୁଷ୍ପା’ ନାରାରେ ପୂରା ଏରିଆ କମ୍ପି ଉଠିଥିଲା। ପୁଲିସ୍ ଓ ସିକ୍ୟୁରିଟି ଗାର୍ଡଙ୍କ ପାଇଁ ଭିଡ଼ ସମ୍ଭାଳିବା ମୁସ୍କିଲ ହୋଇପଡ଼ିଥିଲା।
ଷ୍ଟାରମାନଙ୍କର ଏହି ଅନ୍ଦାଜ ଏବେ ଇଣ୍ଟରନେଟରେ ନିଆଁ ଲଗାଇଛି। ଜଣେ ନିଜ ପସନ୍ଦର ଷ୍ଟାରଙ୍କୁ ମନେ ପକାଉଥିବା ବେଳେ ଆଉ ଜଣେ ଫ୍ୟାନଙ୍କ ଗହଣରେ ନିଜ ସମୟ ବିତାଉଛନ୍ତି।




