Close Menu
Odiapaper (ଓଡ଼ିଆ ନ୍ୟୁଜ୍) – Facts First. Always.
  • Latest News
  • ଆନ୍ତର୍ଜାତୀୟ
  • ଜାତୀୟ
  • ପଲିଟିକ୍ସ
  • ବାଣିଜ୍ୟ
  • ଖେଳ
  • ବଲିଉଡ୍
  • Tech
  • Auto
Facebook X (Twitter)
Odiapaper (ଓଡ଼ିଆ ନ୍ୟୁଜ୍) – Facts First. Always.Odiapaper (ଓଡ଼ିଆ ନ୍ୟୁଜ୍) – Facts First. Always.
Facebook X (Twitter)
  • Home
  • ଆନ୍ତର୍ଜାତୀୟ
  • ଜାତୀୟ
  • ପଲିଟିକ୍ସ
  • ବାଣିଜ୍ୟ
  • ଖେଳ
  • ବଲିଉଡ୍
  • Tech
  • Auto
Odiapaper (ଓଡ଼ିଆ ନ୍ୟୁଜ୍) – Facts First. Always.
Home»ବଲିଉଡ୍

ସ୍ୱରର ସୁପରଷ୍ଟାର୍, ଜୀବନଟା ପୂରା ଟ୍ରାଜେଡି : ଆଶା ଭୋସଲେଙ୍କ କାହାଣୀ ଶୁଣିଲେ ଆଖିରୁ ଝରିବ ଲୁହ

ବଲିଉଡ୍
ସ୍ୱରର ସୁପରଷ୍ଟାର୍, ଜୀବନଟା ପୂରା ଟ୍ରାଜେଡି : ଆଶା ଭୋସଲେଙ୍କ କାହାଣୀ ଶୁଣିଲେ ଆଖିରୁ ଝରିବ ଲୁହ
Share
Facebook Twitter Email WhatsApp

ମୁମ୍ବାଇ: ମାଇକ୍ରୋଫୋନ୍ ଆଗରେ ଛିଡ଼ା ହେଲେ ଯାହାଙ୍କ ସ୍ୱରରେ କୋଟି କୋଟି ଲୋକ ଝୁମନ୍ତି, ସେଇ ହସଖୁସିଆ ଚେହେରା ପଛରେ କେତେ ଯେ ଯନ୍ତ୍ରଣା ଲୁଚି ରହିଛି, ସେକଥା ବୋଧହୁଏ ଖୁବ୍ କମ୍ ଲୋକ ଜାଣନ୍ତି। ଷ୍ଟେଜ୍ ଉପରେ ସିନା ସେ ସୁପରଷ୍ଟାର୍, କିନ୍ତୁ ରିୟଲ ଲାଇଫରେ ସେ ଜଣେ ସାଧାରଣ ମଣିଷ ଭଳି ଅନେକ ଝଡ଼ର ସାମ୍ନା କରିଛନ୍ତି। ସଙ୍ଗୀତ ଦୁନିଆର ଜୀବନ୍ତ କିମ୍ବଦନ୍ତୀ ଆଶା ଭୋସଲେଙ୍କ ସଫଳତା ପଛରେ ରହିଛି ଏକ ଭୟଙ୍କର ସଂଘର୍ଷର କାହାଣୀ।

ପ୍ରେମ ପାଇଁ ଘର ଛାଡ଼ିଲେ, ମିଳିଲା କେବଳ କଷ୍ଟ କଥାରେ ଅଛି ପ୍ରେମ ଅନ୍ଧ। ମାତ୍ର 16 ବର୍ଷ ବୟସରେ ଆଶା ନିଜଠାରୁ ବୟସରେ ବହୁତ ବଡ଼ ଗଣପତରାଓ ଭୋସଲେଙ୍କ ପ୍ରେମରେ ପଡ଼ିଥିଲେ। ଫ୍ୟାମିଲିର ବିରୋଧ ସତ୍ତ୍ୱେ ସେ ଘରୁ ପଳାଇ ଯାଇ ବିବାହ କରିଥିଲେ। କିନ୍ତୁ ସେଇ ନିଷ୍ପତ୍ତି ତାଙ୍କ ଲାଇଫର ସବୁଠୁ ବଡ଼ ଭୁଲ୍ ଥିଲା। ଶାଶୂଘରେ ତାଙ୍କୁ ମାଡ଼ଗାଳି ଓ ଅତ୍ୟାଚାର ସହିବାକୁ ପଡ଼ିଥିଲା। ଶେଷରେ 3 ଜଣ ଛୁଆଙ୍କୁ ଧରି ସେ ରାସ୍ତାକୁ ଓହ୍ଲାଇ ଆସିଥିଲେ। ହାତରେ ପଇସା ନଥିଲା କି ରହିବାକୁ ଜାଗା ନଥିଲା, କିନ୍ତୁ ମନରେ ଥିଲା ଜିଦ୍।

ଛୁଆଙ୍କ ମୃତ୍ୟୁ ଭାଙ୍ଗି ଦେଇଥିଲା ମନ ଆଶାଙ୍କ ଜୀବନରେ ସବୁଠୁ ବଡ଼ ଶକ୍ ଦେଇଥିଲା ତାଙ୍କ ଝିଅ ବର୍ଷାଙ୍କ ମୃତ୍ୟୁ। 2012 ମସିହାରେ ବର୍ଷା ନିଜକୁ ଗୁଳି କରି ଆତ୍ମହତ୍ୟା କରିଥିଲେ। ଜଣେ ମା’ ପାଇଁ ଏହାଠାରୁ ବଡ଼ ଦୁଃଖ ଆଉ କ’ଣ ହୋଇପାରେ? ଏତିକିରେ ଦୁଃଖ ସରିନଥିଲା। କିଛି ବର୍ଷ ପରେ ତାଙ୍କ ବଡ଼ ପୁଅ ହେମନ୍ତଙ୍କର କ୍ୟାନ୍ସରରେ ମୃତ୍ୟୁ ହୋଇଥିଲା। ଗୋଟିଏ ପରେ ଗୋଟିଏ ସମ୍ପର୍କ ହଜି ଯାଉଥିଲେ ବି ଆଶା ନିଜକୁ ସମ୍ଭାଳି ରଖିଥିଲେ।

ଗୀତ ହିଁ ବନିଲା ସାହାରା ଯେତେବେଳେ ଲାଇଫ୍ ପୂରା ଅନ୍ଧାର ଦିଶୁଥିଲା, ସେତେବେଳେ ସଙ୍ଗୀତ ହିଁ ତାଙ୍କୁ ବଞ୍ଚିବାର ରାହା ଦେଖାଇଥିଲା। ବଡ଼ ଭଉଣୀ ଲତା ମଙ୍ଗେସକରଙ୍କ ଛାଇରୁ ବାହାରି ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବା ସହଜ ନଥିଲା। କିନ୍ତୁ ଆଶା କେବେ ହାର୍ ମାନିନାହାନ୍ତି। ‘କ୍ୟାବରେ’ ଗୀତ ହେଉ କିମ୍ବା ‘ଗଜଲ’, ସବୁଥିରେ ସେ ନିଜର ଯାଦୁ ଦେଖାଇଛନ୍ତି।

ଆଜି 91 ବର୍ଷ ବୟସରେ ବି ଆଶାଙ୍କ ସେଇ ଉତ୍ସାହ କମିନାହିଁ। ସେ ଦୁନିଆକୁ ଦେଖାଇ ଦେଇଛନ୍ତି ଯେ, ଜୀବନରେ ଯେତେ ବଡ଼ ଆକ୍ସିଡେଣ୍ଟ କିମ୍ବା ଟ୍ରାଜେଡି ଆସୁ ନା କାହିଁକି, ପଛକୁ ନଫେରି ଆଗକୁ ବଢ଼ିବାକୁ ହିଁ ପଡ଼ିବ। ଆଶାଙ୍କର ଏଇ ଷ୍ଟ୍ରଗଲ୍ କାହାଣୀ ଆଜି ବି ଅନେକଙ୍କ ପାଇଁ ପ୍ରେରଣା।

Related posts

କରଣଙ୍କ କ୍ରୋଧ : ବଲିଉଡରେ ଚାଲିଛି 'ଫେକ୍' ଖେଳ, ପେଡ୍ ପିଆରକୁ ଖୋଲାଖୋଲି ଝାଡ଼ିଲେ ଧର୍ମା ମାଲିକ

କରଣଙ୍କ କ୍ରୋଧ : ବଲିଉଡରେ ଚାଲିଛି ‘ଫେକ୍’ ଖେଳ, ପେଡ୍ ପିଆରକୁ ଖୋଲାଖୋଲି ଝାଡ଼ିଲେ ଧର୍ମା ମାଲିକ

ଗୋବିନ୍ଦାଙ୍କୁ ନେଇ ପତ୍ନୀଙ୍କ ବଡ଼ ଖୁଲାସା: ପୁଅ ହେଲେ ଗୋବିନ୍ଦାଙ୍କ ପରି ହେଉ, ହେଲେ ସ୍ୱାମୀ ନୁହେଁ!

ଗୋବିନ୍ଦାଙ୍କୁ ନେଇ ପତ୍ନୀଙ୍କ ବଡ଼ ଖୁଲାସା: ପୁଅ ହେଲେ ଗୋବିନ୍ଦାଙ୍କ ପରି ହେଉ, ହେଲେ ସ୍ୱାମୀ ନୁହେଁ!

ରିଆଙ୍କୁ ଆଶ୍ଵସ୍ତି : ଖୋଲିଲା ବ୍ୟାଙ୍କ ଆକାଉଣ୍ଟ, ଫେରି ପାଇବେ ଲାପଟପ୍ ଓ ମୋବାଇଲ

ରିଆଙ୍କୁ ଆଶ୍ଵସ୍ତି : ଖୋଲିଲା ବ୍ୟାଙ୍କ ଆକାଉଣ୍ଟ, ଫେରି ପାଇବେ ଲାପଟପ୍ ଓ ମୋବାଇଲ

Latest Posts
ଆସାମ ଇଲେକ୍ସନ୍ : ନୂଆ ସିଟ୍‌ରେ ପୁରୁଣା ଖେଳାଳି, ୱାଜେଦଙ୍କ ଉପରେ କଂଗ୍ରେସର ବଡ଼ ବେଟ୍

ଆସାମ ଇଲେକ୍ସନ୍ : ନୂଆ ସିଟ୍‌ରେ ପୁରୁଣା ଖେଳାଳି, ୱାଜେଦଙ୍କ ଉପରେ କଂଗ୍ରେସର ବଡ଼ ବେଟ୍

ଖୋଲା ଛାତ, ରକେଟ୍ ଭଳି ସ୍ପିଡ୍ : ରାସ୍ତାରେ ନିଆଁ ଲଗାଇବ ବିଏମଡବ୍ଲୁ ର ନୂଆ କାର୍

ଖୋଲା ଛାତ, ରକେଟ୍ ଭଳି ସ୍ପିଡ୍ : ରାସ୍ତାରେ ନିଆଁ ଲଗାଇବ ବିଏମଡବ୍ଲୁ ର ନୂଆ କାର୍

ବେଙ୍ଗଲ୍ ଫେଜ୍-2 ଭୋଟିଂ : ଆରମ୍ଭରୁ ଆକ୍ସନ୍, ଇଭିଏମ୍ ଗଡ଼ବଡ଼ ସାଙ୍ଗକୁ ହିଂସା

ବେଙ୍ଗଲ୍ ଫେଜ୍-2 ଭୋଟିଂ : ଆରମ୍ଭରୁ ଆକ୍ସନ୍, ଇଭିଏମ୍ ଗଡ଼ବଡ଼ ସାଙ୍ଗକୁ ହିଂସା

ଅର୍ଥନୀତି ଉପରେ ମାଡ଼ : କାହିଁକି ଧନୀ ଇସ୍ରାଏଲକୁ ଦରକାର ପଡ଼ିଲା ଟ୍ରମ୍ପଙ୍କ 'ବେଲଆଉଟ୍' ?

ଅର୍ଥନୀତି ଉପରେ ମାଡ଼ : କାହିଁକି ଧନୀ ଇସ୍ରାଏଲକୁ ଦରକାର ପଡ଼ିଲା ଟ୍ରମ୍ପଙ୍କ ‘ବେଲଆଉଟ୍’ ?

Sticky Mobile Footer
Home Latest Trending Categories Podcast

Your go-to destination for the facts and trending news in Odia language. We are committed to delivering accurate, reliable, and real news covering various topics, including politics, business, technology, entertainment, sports, and more.

Popular Catagory

  • ଆନ୍ତର୍ଜାତୀୟ
  • ଖେଳ
  • ବଲିଉଡ୍
  • Tech
  • Auto

Company

  • About Us
  • Terms and Conditons
  • Privacy Policy
  • Contact Us

© 2025 Odiapaper. All rights reserved.

Type above and press Enter to search. Press Esc to cancel.