Close Menu
Odiapaper (ଓଡ଼ିଆ ନ୍ୟୁଜ୍) – Facts First. Always.
  • Latest News
  • ଆନ୍ତର୍ଜାତୀୟ
  • ଜାତୀୟ
  • ପଲିଟିକ୍ସ
  • ବାଣିଜ୍ୟ
  • ଖେଳ
  • ବଲିଉଡ୍
  • Tech
  • Auto
Facebook X (Twitter)
Odiapaper (ଓଡ଼ିଆ ନ୍ୟୁଜ୍) – Facts First. Always.Odiapaper (ଓଡ଼ିଆ ନ୍ୟୁଜ୍) – Facts First. Always.
Facebook X (Twitter)
  • Home
  • ଆନ୍ତର୍ଜାତୀୟ
  • ଜାତୀୟ
  • ପଲିଟିକ୍ସ
  • ବାଣିଜ୍ୟ
  • ଖେଳ
  • ବଲିଉଡ୍
  • Tech
  • Auto
Odiapaper (ଓଡ଼ିଆ ନ୍ୟୁଜ୍) – Facts First. Always.
Home»ବଲିଉଡ୍

ପରହିଟ୍ ଗୀତର ସିକ୍ରେଟ୍: ଆଶା ଭୋସଲେ ନୁହେଁ, ଲତା ମଙ୍ଗେଶକର ଗାଇଥାନ୍ତେ ‘ଦମ ମାରୋ ଦମ’!

ବଲିଉଡ୍
ପରହିଟ୍ ଗୀତର ସିକ୍ରେଟ୍: ଆଶା ଭୋସଲେ ନୁହେଁ, ଲତା ମଙ୍ଗେଶକର ଗାଇଥାନ୍ତେ 'ଦମ ମାରୋ ଦମ'!
Share
Facebook Twitter Email WhatsApp

ମୁମ୍ବାଇ: ହାତରେ ଚିଲମ, ମୁଣ୍ଡରେ ଫୁଲ ଆଉ ସେହି ନିଶାଭରା କଣ୍ଠ… ‘ଦମ ମାରୋ ଦମ’ କହିଲେ ଆଜି ବି ଆଖି ଆଗକୁ ଚାଲିଆସେ ଜିନତ ଅମାନଙ୍କ ଚେହେରା। 70 ଦଶକର ଏହି ସୁପରହିଟ୍ ଗୀତକୁ ନେଇ ଏବେ ଏକ ବଡ଼ ଖୁଲାସା କରିଛନ୍ତି ବଲିଉଡର ଏହି ‘ଏଭରଗ୍ରୀନ’ ଅଭିନେତ୍ରୀ। ଆଶା ଭୋସଲେଙ୍କ କଣ୍ଠରେ ଶୁଭୁଥିବା ଏହି ଗୀତଟି ପ୍ରକୃତରେ ତାଙ୍କ ପାଇଁ ନଥିଲା। ଏହି ଗୀତକୁ ନେଇ ମ୍ୟୁଜିକ ଡାଇରେକ୍ଟର ଆର.ଡି. ବର୍ମନ ଓ ଦେବ ଆନନ୍ଦଙ୍କ ମଧ୍ୟରେ କଣ ହୋଇଥିଲା, ସେହି ରହସ୍ୟ ଉପରୁ ପରଦା ହଟାଇଛନ୍ତି ଜିନତ।

ଜିନତଙ୍କ କହିବା କଥା, ପ୍ରଥମେ ଏହି ଗୀତଟି ଏକ ‘ଡୁଏଟ’ (Duet) ଭାବେ ପ୍ଲାନ୍ କରାଯାଇଥିଲା। ଦେବ ଆନନ୍ଦ ଚାହୁଁଥିଲେ ଯେ, ସେହି ସମୟର ଦୁଇ ଜଣ ଦିଗ୍ଗଜ ଗାୟିକା ଲତା ମଙ୍ଗେଶକର ଓ ଉଷା ଉଥୁପ ଏକାଠି ମିଶି ଏହି ଗୀତ ଗାଆନ୍ତୁ। ଏଥିପାଇଁ ପୂରା ପ୍ରସ୍ତୁତି ମଧ୍ୟ ଚାଲିଥିଲା। ହେଲେ ମ୍ୟୁଜିକ ଡାଇରେକ୍ଟର ଆର.ଡି. ବର୍ମନ ବା ‘ପଞ୍ଚମ ଦା’ଙ୍କ ମନରେ କିଛି ଅଲଗା ହିଁ ଚାଲିଥିଲା। ସେ ଜାଣିଥିଲେ ଯେ, ଏହି ଗୀତ ପାଇଁ ଯେଉଁ ‘ଷ୍ଟାଇଲ’ ଦରକାର, ତାହା କେବଳ ଆଶା ଭୋସଲେ ହିଁ ଦେଇପାରିବେ।

ଜିନତ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ଏହି କାହାଣୀ ଶେୟାର କରି ଲେଖିଛନ୍ତି ଯେ, ପଞ୍ଚମ ଦା କାହାକୁ କିଛି ନଜଣାଇ ଚୁପଚାପ ଆଶା ଭୋସଲେଙ୍କୁ ନେଇ ଗୀତର ରେକର୍ଡିଂ ଶେଷ କରିଦେଇଥିଲେ। ଯେତେବେଳେ ଦେବ ଆନନ୍ଦ ଏହି ‘ସୋଲୋ’ (Solo) ଭର୍ସନଟି ଶୁଣିଲେ, ସେ ପୂରା ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ପ୍ରଥମେ ସେ ଟିକେ ବିରକ୍ତ ହୋଇଥିଲେ ମଧ୍ୟ, ଗୀତଟି ଶୁଣିବା ପରେ ସେ ଏତେ ଖୁସି ହୋଇଗଲେ ଯେ ଏହାକୁ ଫିଲ୍ମରେ ରଖିବାକୁ ରାଜି ହୋଇଥିଲେ।

ଏହି ଗୀତଟି 1971 ମସିହାର ଫିଲ୍ମ ‘ହରେ ରାମା ହରେ କ୍ରିଷ୍ଣା’ରେ ଥିଲା। ଆଉ ଏହା ରିଲିଜ ହେବା ପରେ କଣ ହୋଇଥିଲା, ତାହା ସମସ୍ତଙ୍କୁ ଜଣା। ‘ଦମ ମାରୋ ଦମ’ ରାତାରାତି ହିଟ୍ ହୋଇଥିଲା ଏବଂ ଆଶା ଭୋସଲେଙ୍କୁ ଶ୍ରେଷ୍ଠ ଗାୟିକା ଭାବେ ଫିଲ୍ମଫେୟାର ଆୱାର୍ଡ ମଧ୍ୟ ମିଳିଥିଲା। ପଞ୍ଚମ ଦାଙ୍କ ସେହି ଗୋଟିଏ ନିଷ୍ପତ୍ତି ବଲିଉଡକୁ ଏକ ‘ଆଇକନିକ’ ଗୀତ ଦେଇଥିଲା, ଯାହାର କ୍ରେଜ୍ ଆଜି ବି ପାର୍ଟି ଓ କ୍ଲବରେ କମିନାହିଁ।

Related posts

କରଣଙ୍କ କ୍ରୋଧ : ବଲିଉଡରେ ଚାଲିଛି 'ଫେକ୍' ଖେଳ, ପେଡ୍ ପିଆରକୁ ଖୋଲାଖୋଲି ଝାଡ଼ିଲେ ଧର୍ମା ମାଲିକ

କରଣଙ୍କ କ୍ରୋଧ : ବଲିଉଡରେ ଚାଲିଛି ‘ଫେକ୍’ ଖେଳ, ପେଡ୍ ପିଆରକୁ ଖୋଲାଖୋଲି ଝାଡ଼ିଲେ ଧର୍ମା ମାଲିକ

ଗୋବିନ୍ଦାଙ୍କୁ ନେଇ ପତ୍ନୀଙ୍କ ବଡ଼ ଖୁଲାସା: ପୁଅ ହେଲେ ଗୋବିନ୍ଦାଙ୍କ ପରି ହେଉ, ହେଲେ ସ୍ୱାମୀ ନୁହେଁ!

ଗୋବିନ୍ଦାଙ୍କୁ ନେଇ ପତ୍ନୀଙ୍କ ବଡ଼ ଖୁଲାସା: ପୁଅ ହେଲେ ଗୋବିନ୍ଦାଙ୍କ ପରି ହେଉ, ହେଲେ ସ୍ୱାମୀ ନୁହେଁ!

ରିଆଙ୍କୁ ଆଶ୍ଵସ୍ତି : ଖୋଲିଲା ବ୍ୟାଙ୍କ ଆକାଉଣ୍ଟ, ଫେରି ପାଇବେ ଲାପଟପ୍ ଓ ମୋବାଇଲ

ରିଆଙ୍କୁ ଆଶ୍ଵସ୍ତି : ଖୋଲିଲା ବ୍ୟାଙ୍କ ଆକାଉଣ୍ଟ, ଫେରି ପାଇବେ ଲାପଟପ୍ ଓ ମୋବାଇଲ

Latest Posts
ଆସାମ ଇଲେକ୍ସନ୍ : ନୂଆ ସିଟ୍‌ରେ ପୁରୁଣା ଖେଳାଳି, ୱାଜେଦଙ୍କ ଉପରେ କଂଗ୍ରେସର ବଡ଼ ବେଟ୍

ଆସାମ ଇଲେକ୍ସନ୍ : ନୂଆ ସିଟ୍‌ରେ ପୁରୁଣା ଖେଳାଳି, ୱାଜେଦଙ୍କ ଉପରେ କଂଗ୍ରେସର ବଡ଼ ବେଟ୍

ଖୋଲା ଛାତ, ରକେଟ୍ ଭଳି ସ୍ପିଡ୍ : ରାସ୍ତାରେ ନିଆଁ ଲଗାଇବ ବିଏମଡବ୍ଲୁ ର ନୂଆ କାର୍

ଖୋଲା ଛାତ, ରକେଟ୍ ଭଳି ସ୍ପିଡ୍ : ରାସ୍ତାରେ ନିଆଁ ଲଗାଇବ ବିଏମଡବ୍ଲୁ ର ନୂଆ କାର୍

ବେଙ୍ଗଲ୍ ଫେଜ୍-2 ଭୋଟିଂ : ଆରମ୍ଭରୁ ଆକ୍ସନ୍, ଇଭିଏମ୍ ଗଡ଼ବଡ଼ ସାଙ୍ଗକୁ ହିଂସା

ବେଙ୍ଗଲ୍ ଫେଜ୍-2 ଭୋଟିଂ : ଆରମ୍ଭରୁ ଆକ୍ସନ୍, ଇଭିଏମ୍ ଗଡ଼ବଡ଼ ସାଙ୍ଗକୁ ହିଂସା

ଅର୍ଥନୀତି ଉପରେ ମାଡ଼ : କାହିଁକି ଧନୀ ଇସ୍ରାଏଲକୁ ଦରକାର ପଡ଼ିଲା ଟ୍ରମ୍ପଙ୍କ 'ବେଲଆଉଟ୍' ?

ଅର୍ଥନୀତି ଉପରେ ମାଡ଼ : କାହିଁକି ଧନୀ ଇସ୍ରାଏଲକୁ ଦରକାର ପଡ଼ିଲା ଟ୍ରମ୍ପଙ୍କ ‘ବେଲଆଉଟ୍’ ?

Sticky Mobile Footer
Home Latest Trending Categories Podcast

Your go-to destination for the facts and trending news in Odia language. We are committed to delivering accurate, reliable, and real news covering various topics, including politics, business, technology, entertainment, sports, and more.

Popular Catagory

  • ଆନ୍ତର୍ଜାତୀୟ
  • ଖେଳ
  • ବଲିଉଡ୍
  • Tech
  • Auto

Company

  • About Us
  • Terms and Conditons
  • Privacy Policy
  • Contact Us

© 2025 Odiapaper. All rights reserved.

Type above and press Enter to search. Press Esc to cancel.