Close Menu
Odiapaper (ଓଡ଼ିଆ ନ୍ୟୁଜ୍) – Facts First. Always.
  • Latest News
  • ଆନ୍ତର୍ଜାତୀୟ
  • ଜାତୀୟ
  • ପଲିଟିକ୍ସ
  • ବାଣିଜ୍ୟ
  • ଖେଳ
  • ବଲିଉଡ୍
  • Tech
  • Auto
Facebook X (Twitter)
Odiapaper (ଓଡ଼ିଆ ନ୍ୟୁଜ୍) – Facts First. Always.Odiapaper (ଓଡ଼ିଆ ନ୍ୟୁଜ୍) – Facts First. Always.
Facebook X (Twitter)
  • Home
  • ଆନ୍ତର୍ଜାତୀୟ
  • ଜାତୀୟ
  • ପଲିଟିକ୍ସ
  • ବାଣିଜ୍ୟ
  • ଖେଳ
  • ବଲିଉଡ୍
  • Tech
  • Auto
Odiapaper (ଓଡ଼ିଆ ନ୍ୟୁଜ୍) – Facts First. Always.
Home»ଜାତୀୟ

ଅଡୁଆରେ ଏଲନ୍ ମସ୍କ: ଅଶ୍ଳୀଳ ଫଟୋ ପାଇଁ X କୁ କେନ୍ଦ୍ରର ନୋଟିସ୍

ଜାତୀୟ
odiapaper
Share
Facebook Twitter Email WhatsApp

ନୂଆଦିଲ୍ଲୀ: ଏଲନ୍ ମସ୍କ ତ ସବୁବେଳେ ଚର୍ଚ୍ଚାରେ ଥାଆନ୍ତି। କେତେବେଳେ ନୂଆ ଫିଚର ପାଇଁ ତ କେତେବେଳେ ନିଜର ଅଜବ ବୟାନ ପାଇଁ। ହେଲେ ଏଥର ତାଙ୍କ ପାଇଁ ଖବର ଜମାରୁ ଭଲ ନାହିଁ। ଭାରତ ସରକାର ଏବେ ମସ୍କଙ୍କ କମ୍ପାନୀ X (ପୂର୍ବର Twitter) ଉପରେ ଲାଲ୍ ଆଖି ଦେଖାଇଛନ୍ତି। କାରଣ ହେଲା ତାଙ୍କ ପ୍ଲାଟଫର୍ମରେ ଥିବା AI ଚାଟ୍‌ବଟ୍ ‘Grok’ ର କାରନାମା, ଯାହା ଏବେ ସୀମା ପାର୍ କରିଯାଇଛି।

କେନ୍ଦ୍ର ଆଇଟି ମନ୍ତ୍ରାଳୟ (IT Ministry) ତରଫରୁ X କୁ ଏକ କଡ଼ା ନୋଟିସ୍ ପଠାଯାଇଛି। ଅଭିଯୋଗ ହୋଇଛି ଯେ, X ର AI ଟୁଲ୍ ‘Grok’ ବ୍ୟବହାର କରି ଲୋକମାନେ ଅଶ୍ଳୀଳ ଏବଂ ଆପତ୍ତିଜନକ (Sexually Explicit) ଫଟୋ ତିଆରି କରୁଛନ୍ତି। ଖାଲି ସେତିକି ନୁହେଁ, ଏହିସବୁ ଫଟୋ ପ୍ଲାଟଫର୍ମରେ ଖୁଲମ୍‌ଖୁଲା ଭାଇରାଲ ହେଉଛି। ଏହା ଭାରତୀୟ ଆଇନ ବିରୋଧୀ ବୋଲି ସରକାର ସ୍ପଷ୍ଟ କରିଛନ୍ତି।

ରିପୋର୍ଟ ଅନୁସାରେ, ସରକାର X କୁ ସଫା ସଫା ଶୁଣାଇ ଦେଇଛନ୍ତି ଯେ, ଏଭଳି କଣ୍ଟେଣ୍ଟକୁ ତୁରନ୍ତ ରୋକାଯାଉ। ଆଇଟି ମନ୍ତ୍ରାଳୟ କହିଛି, କୌଣସି ବି ପରିସ୍ଥିତିରେ ଏଭଳି ଅଶ୍ଳୀଳ ଫଟୋ କିମ୍ବା ଡିପ୍‌ଫେକ୍ (Deepfake) କୁ ବରଦାସ୍ତ କରାଯିବ ନାହିଁ। ଯଦି କମ୍ପାନୀ ଏହା ଉପରେ ଲଗାମ୍ ନ ଲଗାଏ, ତେବେ ଆଇନ ଅନୁସାରେ କଡ଼ା ଆକ୍ସନ ନିଆଯିବ।

ସୂଚନାଯୋଗ୍ୟ ଯେ, ମସ୍କଙ୍କ AI ‘Grok’ ଉପରେ ପୂର୍ବରୁ ମଧ୍ୟ ଅନେକ ଅଭିଯୋଗ ଆସିଥିଲା। ଅନ୍ୟ AI ମଡେଲ୍ ଗୁଡ଼ିକ ଯେଉଁଠି ସେଫ୍ଟି ଫିଚର ଲଗାଇଥାନ୍ତି, ସେଠାରେ Grok ଟିକେ ଅଧିକ ‘ଫ୍ରି’ ବୋଲି କୁହାଯାଏ। କିନ୍ତୁ ଏବେ ଭାରତ ସରକାରଙ୍କ ଏହି ନୋଟିସ୍ ପରେ ମସ୍କ କଣ ପଦକ୍ଷେପ ନେଉଛନ୍ତି, ତାହା ଦେଖିବା ବାକି ରହିଲା।

Related posts

india euro deal

ଭାରତ-ୟୁରୋପ ବାଣିଜ୍ୟ ଡିଲ୍ : ବ୍ରସେଲ୍ସରେ ଗୋୟଲଙ୍କ ‘ପାୱାର୍ ମିଟିଂ’, ଖୋଲିବ କି ବଡ଼ ବଜାରର ରାସ୍ତା?

odiapaper

ବେଙ୍ଗାଲୁରୁ ଜମି ଘୋଟାଲା : 250 କୋଟିର ଚୂନ, 5 ଅଫିସର ସସପେଣ୍ଡ୍

odiapaper

ମୁସ୍ତାଫିଜୁରଙ୍କୁ ନେଇ ମହାବିବାଦ : ବାଂଲାଦେଶରେ ଆଇପିଏଲ୍ ପ୍ରସାରଣ ଉପରେ ରୋକ୍, ଭାରତ-ବାଂଲା କ୍ରିକେଟ୍ ସମ୍ପର୍କରେ ଫାଟ!

Latest Posts
v6j vfyh

କରାଚିରେ ରଣବୀରଙ୍କ କମାଲ: ‘ଧୁରନ୍ଧର-୨’ କରୁଛି ବକ୍ସ ଅଫିସରେ ଧମାଲ!

ଶିରୋନାମା: ଟ୍ରମ୍ପଙ୍କ ଧମକ : ମଜା ପାଇଁ ଇରାନକୁ ପୁଣି ବୋମା ମାଡ଼ କରିବୁ!

ଶିରୋନାମା: ଟ୍ରମ୍ପଙ୍କ ଧମକ : ମଜା ପାଇଁ ଇରାନକୁ ପୁଣି ବୋମା ମାଡ଼ କରିବୁ!

iran

ନେତନ୍ୟାହୁଙ୍କ ପଛରେ ଇରାନ : ବଞ୍ଚିବା ଅସମ୍ଭବ, ଘରେ ପଶି ମାରିବୁ!

china missile

ଇରାନ-ଇସ୍ରାଏଲ୍ ଯୁଦ୍ଧରେ ‘ଚାଇନା’ କନେକ୍ସନ୍: ଘାତକ ଅସ୍ତ୍ର ପଛର ଅସଲ କାହାଣୀ

Sticky Mobile Footer
Home Latest Trending Categories Podcast

Your go-to destination for the facts and trending news in Odia language. We are committed to delivering accurate, reliable, and real news covering various topics, including politics, business, technology, entertainment, sports, and more.

Popular Catagory

  • ଆନ୍ତର୍ଜାତୀୟ
  • ଖେଳ
  • ବଲିଉଡ୍
  • Tech
  • Auto

Company

  • About Us
  • Terms and Conditons
  • Privacy Policy
  • Contact Us

© 2025 Odiapaper. All rights reserved.

Type above and press Enter to search. Press Esc to cancel.