Close Menu
Odiapaper (ଓଡ଼ିଆ ନ୍ୟୁଜ୍) – Facts First. Always.
  • Latest News
  • ଆନ୍ତର୍ଜାତୀୟ
  • ଜାତୀୟ
  • ପଲିଟିକ୍ସ
  • ବାଣିଜ୍ୟ
  • ଖେଳ
  • ବଲିଉଡ୍
  • Tech
  • Auto
Facebook X (Twitter)
Odiapaper (ଓଡ଼ିଆ ନ୍ୟୁଜ୍) – Facts First. Always.Odiapaper (ଓଡ଼ିଆ ନ୍ୟୁଜ୍) – Facts First. Always.
Facebook X (Twitter)
  • Home
  • ଆନ୍ତର୍ଜାତୀୟ
  • ଜାତୀୟ
  • ପଲିଟିକ୍ସ
  • ବାଣିଜ୍ୟ
  • ଖେଳ
  • ବଲିଉଡ୍
  • Tech
  • Auto
Odiapaper (ଓଡ଼ିଆ ନ୍ୟୁଜ୍) – Facts First. Always.
Home»ଜାତୀୟ

ସାରଣ୍ଡାରେ ମାଓ-ଆତଙ୍କ: ଆଇଇଡି ବ୍ଲାଷ୍ଟରେ ରକ୍ତାକ୍ତ ଗ୍ରାମବାସୀ

ଜାତୀୟ
ସାରଣ୍ଡାରେ ମାଓ-ଆତଙ୍କ: ଆଇଇଡି ବ୍ଲାଷ୍ଟରେ ରକ୍ତାକ୍ତ ଗ୍ରାମବାସୀ
Share
Facebook Twitter Email WhatsApp

ସାରଣ୍ଡା: ଶାନ୍ତ ପଡ଼ିଥିଲା ସାରଣ୍ଡା ଜଙ୍ଗଲ। ଚାରିଆଡ଼େ ଥିଲା ନିଶୂନ ପରିବେଶ। ହଠାତ୍ ଏକ ଜୋରଦାର ଶବ୍ଦରେ ଥରିଗଲା ପୂରା ଅଞ୍ଚଳ। ଧୂଆଁମୟ ହୋଇଗଲା ପରିବେଶ। ପୁଲିସ୍‌କୁ ଟାର୍ଗେଟ୍ କରି ମାଓବାଦୀମାନେ ବିଛାଇଥିବା ମରଣଯନ୍ତା ଏବେ ଜଣେ ନିରିହ ଗ୍ରାମବାସୀଙ୍କ ଜୀବନ ଦୁର୍ବିସହ କରିଦେଇଛି। ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତ ସାରଣ୍ଡା ଜଙ୍ଗଲରେ ମାଓବାଦୀଙ୍କ ଖଞ୍ଜା ଆଇଇଡି (IED) ବିସ୍ଫୋରଣ ହୋଇ ଜଣେ ଗ୍ରାମବାସୀ ଗୁରୁତର ହୋଇଛନ୍ତି।

ସୂଚନା ଅନୁସାରେ, ସାରଣ୍ଡା ଜଙ୍ଗଲ ଭିତର ଦେଇ ଗ୍ରାମବାସୀ ଜଣକ କୌଣସି କାମରେ ଯାଉଥିବା ବେଳେ ମାଓବାଦୀଙ୍କ ପ୍ରେସର ଆଇଇଡି ଉପରେ ତାଙ୍କ ଗୋଡ଼ ପଡ଼ିଯାଇଥିଲା। ପଲକ ପକାଇବା ଆଗରୁ ଏକ ଶକ୍ତିଶାଳୀ ବିସ୍ଫୋରଣ ଘଟିଥିଲା। ଏହି ବ୍ଲାଷ୍ଟ ଏତେ ଭୟଙ୍କର ଥିଲା ଯେ ଘଟଣା ସ୍ଥଳରେ ହିଁ ଗ୍ରାମବାସୀଙ୍କ ଗୋଡ଼ ଛିନ୍‌ଭିନ୍ ହୋଇଯାଇଛି। ସ୍ଥାନୀୟ ଲୋକଙ୍କ ସହାୟତାରେ ତାଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ପାଖ ହସ୍ପିଟାଲରେ ଆଡମିଟ୍ କରାଯାଇଛି। ବର୍ତ୍ତମାନ ତାଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଜଣାପଡ଼ିଛି।

ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି। ପୁଲିସ୍ ଏବଂ ସୁରକ୍ଷା ବାହିନୀ ପକ୍ଷରୁ ସାରଣ୍ଡା ଜଙ୍ଗଲରେ ସର୍ଚ୍ଚ ଅପରେସନକୁ ଜୋରଦାର କରାଯାଇଛି। ସୁରକ୍ଷାକର୍ମୀଙ୍କ ଗତିବିଧିକୁ ରୋକିବା ପାଇଁ ମାଓବାଦୀମାନେ ଜଙ୍ଗଲର ବିଭିନ୍ନ ସ୍ଥାନରେ ଏଭଳି ବୋମା ଖଞ୍ଜିଥିବା ସନ୍ଦେହ କରାଯାଉଛି। ଘଟଣା ପରେ ସୀମାନ୍ତ ଅଞ୍ଚଳରେ ହାଇ ଆଲର୍ଟ ଜାରି କରାଯାଇଛି। ଜଙ୍ଗଲ ଭିତରକୁ ନଯିବା ପାଇଁ ଆଖପାଖ ଗାଁ ଲୋକଙ୍କୁ ସତର୍କ କରାଯାଇଛି। ଅନ୍ୟପଟେ, ଏହି କାଣ୍ଡ ଘଟାଇବା ପରେ ମାଓବାଦୀମାନେ ଘଞ୍ଚ ଜଙ୍ଗଲ ଭିତରକୁ ଫେରାର ହୋଇଯାଇଥିବା ଅନୁମାନ କରାଯାଉଛି।

Related posts

କରଞ୍ଜିଆରେ କାଳ ସାଜିଲା ପିକଅପ୍: ଆଖିବୁଜିଲେ ସ୍ୱାମୀ-ସ୍ତ୍ରୀ

କରଞ୍ଜିଆରେ କାଳ ସାଜିଲା ପିକଅପ୍: ଆଖିବୁଜିଲେ ସ୍ୱାମୀ-ସ୍ତ୍ରୀ

କେଜି ପାଠ, କୋଟିଏ ଟଙ୍କା: ସ୍କୁଲ ଫି ଦେଖି ପ୍ୟାରେଣ୍ଟସଙ୍କ ହୋସ ଉଡ଼ିଗଲା

କେଜି ପାଠ, କୋଟିଏ ଟଙ୍କା: ସ୍କୁଲ ଫି ଦେଖି ପ୍ୟାରେଣ୍ଟସଙ୍କ ହୋସ ଉଡ଼ିଗଲା

ପେଟକୁ ଗଣ୍ଡେ ଦାନା ନାହିଁ, ହାଡ ଦିଶିଲାଣି: ୨ କମାଣ୍ଡରଙ୍କୁ ବିଦା କଲା ୟୁକ୍ରେନ

ପେଟକୁ ଗଣ୍ଡେ ଦାନା ନାହିଁ, ହାଡ ଦିଶିଲାଣି: ୨ କମାଣ୍ଡରଙ୍କୁ ବିଦା କଲା ୟୁକ୍ରେନ

Latest Posts
ଆସାମ ଇଲେକ୍ସନ୍ : ନୂଆ ସିଟ୍‌ରେ ପୁରୁଣା ଖେଳାଳି, ୱାଜେଦଙ୍କ ଉପରେ କଂଗ୍ରେସର ବଡ଼ ବେଟ୍

ଆସାମ ଇଲେକ୍ସନ୍ : ନୂଆ ସିଟ୍‌ରେ ପୁରୁଣା ଖେଳାଳି, ୱାଜେଦଙ୍କ ଉପରେ କଂଗ୍ରେସର ବଡ଼ ବେଟ୍

ଖୋଲା ଛାତ, ରକେଟ୍ ଭଳି ସ୍ପିଡ୍ : ରାସ୍ତାରେ ନିଆଁ ଲଗାଇବ ବିଏମଡବ୍ଲୁ ର ନୂଆ କାର୍

ଖୋଲା ଛାତ, ରକେଟ୍ ଭଳି ସ୍ପିଡ୍ : ରାସ୍ତାରେ ନିଆଁ ଲଗାଇବ ବିଏମଡବ୍ଲୁ ର ନୂଆ କାର୍

ବେଙ୍ଗଲ୍ ଫେଜ୍-2 ଭୋଟିଂ : ଆରମ୍ଭରୁ ଆକ୍ସନ୍, ଇଭିଏମ୍ ଗଡ଼ବଡ଼ ସାଙ୍ଗକୁ ହିଂସା

ବେଙ୍ଗଲ୍ ଫେଜ୍-2 ଭୋଟିଂ : ଆରମ୍ଭରୁ ଆକ୍ସନ୍, ଇଭିଏମ୍ ଗଡ଼ବଡ଼ ସାଙ୍ଗକୁ ହିଂସା

ଅର୍ଥନୀତି ଉପରେ ମାଡ଼ : କାହିଁକି ଧନୀ ଇସ୍ରାଏଲକୁ ଦରକାର ପଡ଼ିଲା ଟ୍ରମ୍ପଙ୍କ 'ବେଲଆଉଟ୍' ?

ଅର୍ଥନୀତି ଉପରେ ମାଡ଼ : କାହିଁକି ଧନୀ ଇସ୍ରାଏଲକୁ ଦରକାର ପଡ଼ିଲା ଟ୍ରମ୍ପଙ୍କ ‘ବେଲଆଉଟ୍’ ?

Sticky Mobile Footer
Home Latest Trending Categories Podcast

Your go-to destination for the facts and trending news in Odia language. We are committed to delivering accurate, reliable, and real news covering various topics, including politics, business, technology, entertainment, sports, and more.

Popular Catagory

  • ଆନ୍ତର୍ଜାତୀୟ
  • ଖେଳ
  • ବଲିଉଡ୍
  • Tech
  • Auto

Company

  • About Us
  • Terms and Conditons
  • Privacy Policy
  • Contact Us

© 2025 Odiapaper. All rights reserved.

Type above and press Enter to search. Press Esc to cancel.