ନୂଆଦିଲ୍ଲୀ: ପରୀକ୍ଷା ପାଇଁ କାଉଣ୍ଟଡାଉନ୍ ଆରମ୍ଭ। ଖୁବଶୀଘ୍ର ହେବାକୁ ଯାଉଛି SSC GD ପରୀକ୍ଷା। କେଉଁଠି ପଡ଼ିବ ସେଣ୍ଟର ଆଉ କେଉଁ ସିଟିରେ ହେବ ପରୀକ୍ଷା, ସେ ନେଇ ଛାତ୍ରଛାତ୍ରୀଙ୍କ ଭିତରେ ଟେନସନ୍ ସହ ଉତ୍କଣ୍ଠା ଲାଗି ରହିଥିଲା। ଏବେ ସେହି ଅପେକ୍ଷାର ଅନ୍ତ ଘଟିଛି। ଷ୍ଟାଫ୍ ସିଲେକ୍ସନ୍ କମିଶନ (SSC) ପକ୍ଷରୁ GD କନଷ୍ଟେବଳ ପରୀକ୍ଷା ପାଇଁ ‘ସିଟି ଇଣ୍ଟିମେସନ୍ ସ୍ଲିପ୍’ (City Intimation Slip) ରିଲିଜ୍ କରାଯାଇଛି।
ଯେଉଁ କ୍ୟାଣ୍ଡିଡେଟ୍ମାନେ ଏହି ପରୀକ୍ଷା ଦେବାକୁ ରେଜିଷ୍ଟ୍ରେସନ୍ କରିଛନ୍ତି, ସେମାନେ ଅଫିସିଆଲ୍ ୱେବସାଇଟ୍ ssc.gov.in କୁ ଯାଇ ନିଜର ସିଟି ଚେକ୍ କରିପାରିବେ। ଏହାଦ୍ୱାରା ପରୀକ୍ଷାର୍ଥୀମାନେ ଜାଣିପାରିବେ ଯେ ସେମାନଙ୍କର ପରୀକ୍ଷା କେଉଁ ସହରରେ ହେବ।
ମନେରଖନ୍ତୁ, ଏହା ଆଡମିଟ୍ କାର୍ଡ (Admit Card) ନୁହେଁ। ଏହା କେବଳ ପରୀକ୍ଷା କେଉଁ ସହରରେ ହେବ, ସେହି ସୂଚନା ଦେବ। ଫଳରେ ଛାତ୍ରଛାତ୍ରୀମାନେ ପୂର୍ବରୁ ନିଜର ଟ୍ରାଭେଲ୍ ପ୍ଲାନ୍ (Travel Plan) ସହଜରେ କରିପାରିବେ। ଆଡମିଟ୍ କାର୍ଡ ପରୀକ୍ଷାର ପ୍ରାୟ 3 ରୁ 4 ଦିନ ପୂର୍ବରୁ ଉପଲବ୍ଧ ହେବ।
କେମିତି କରିବେ ଡାଉନଲୋଡ୍? ପ୍ରଥମେ SSC ର ଅଫିସିଆଲ୍ ୱେବସାଇଟ୍ ssc.gov.in କୁ ଯାଆନ୍ତୁ। ସେଠାରେ ହୋମ୍ ପେଜ୍ରେ ଥିବା ‘Login’ ସେକ୍ସନକୁ ଯାଇ ନିଜର ରେଜିଷ୍ଟ୍ରେସନ୍ ନମ୍ବର ଏବଂ ପାସୱାର୍ଡ (Password) ଦିଅନ୍ତୁ। ଏହାପରେ SSC GD 2026 ସିଟି ସ୍ଲିପ୍ ଲିଙ୍କ୍ ଉପରେ କ୍ଲିକ୍ କଲେ ଆପଣଙ୍କ ସ୍କ୍ରିନ୍ରେ ସ୍ଲିପ୍ ଦେଖାଯିବ। ଏହାକୁ ଡାଉନଲୋଡ୍ କରି ଏକ ପ୍ରିଣ୍ଟଆଉଟ୍ ବାହାର କରି ରଖିବା ଭଲ।
ସୂଚନାଯୋଗ୍ୟ ଯେ, SSC GD କନଷ୍ଟେବଳ ପାଇଁ କମ୍ପ୍ୟୁଟର ବେସଡ୍ ଟେଷ୍ଟ (CBT) ମୋଡ୍ରେ ପରୀକ୍ଷା କରାଯିବ। ହଜାର ହଜାର ପଦବୀ ପାଇଁ ଦେଶସାରା ଲକ୍ଷ ଲକ୍ଷ ପିଲା ଏହି ପରୀକ୍ଷା ଦେବାକୁ ଯାଉଛନ୍ତି। ତେଣୁ ଶେଷ ମୁହୂର୍ତ୍ତର ଭିଡ଼ରୁ ବଞ୍ଚିବା ପାଇଁ ତୁରନ୍ତ ନିଜର ଏଗଜାମ୍ ସିଟି (Exam City) ଚେକ୍ କରିନେବାକୁ କମିଶନ ପକ୍ଷରୁ କୁହାଯାଇଛି।




