Close Menu
Odiapaper (ଓଡ଼ିଆ ନ୍ୟୁଜ୍) – Facts First. Always.
  • Latest News
  • ଆନ୍ତର୍ଜାତୀୟ
  • ଜାତୀୟ
  • ପଲିଟିକ୍ସ
  • ବାଣିଜ୍ୟ
  • ଖେଳ
  • ବଲିଉଡ୍
  • Tech
  • Auto
Facebook X (Twitter)
Odiapaper (ଓଡ଼ିଆ ନ୍ୟୁଜ୍) – Facts First. Always.Odiapaper (ଓଡ଼ିଆ ନ୍ୟୁଜ୍) – Facts First. Always.
Facebook X (Twitter)
  • Home
  • ଆନ୍ତର୍ଜାତୀୟ
  • ଜାତୀୟ
  • ପଲିଟିକ୍ସ
  • ବାଣିଜ୍ୟ
  • ଖେଳ
  • ବଲିଉଡ୍
  • Tech
  • Auto
Odiapaper (ଓଡ଼ିଆ ନ୍ୟୁଜ୍) – Facts First. Always.
Home»ଜାତୀୟ

NPSରୁ ଟଙ୍କା ଉଠାଣ : ବଦଳିଗଲା ନିୟମ, ଜାଣନ୍ତୁ କେମିତି ମିଳିବ ଆପଣଙ୍କ ରିଟାୟରମେଣ୍ଟ ପଇସା

ଜାତୀୟ
NPSରୁ ଟଙ୍କା ଉଠାଣ : ବଦଳିଗଲା ନିୟମ, ଜାଣନ୍ତୁ କେମିତି ମିଳିବ ଆପଣଙ୍କ ରିଟାୟରମେଣ୍ଟ ପଇସା
Share
Facebook Twitter Email WhatsApp

ଭୁବନେଶ୍ୱର: ବୁଢ଼ା କାଳର ସାହାରା ପାଇଁ ଆପଣ NPS ବା ନ୍ୟାସନାଲ ପେନସନ ସିଷ୍ଟମରେ ଟଙ୍କା ରଖୁଛନ୍ତି କି? ଯଦି ହଁ, ତେବେ ଏହି ଖବର ଆପଣଙ୍କ ପାଇଁ ବହୁତ ଜରୁରୀ। ପେନସନ ଫଣ୍ଡ ରେଗୁଲେଟର PFRDA ଏବେ ଟଙ୍କା ଉଠାଣ ବା ‘ୱିଥ୍‌ଡ୍ରଲ୍’ ନିୟମରେ କିଛି ବଡ଼ ପରିବର୍ତ୍ତନ କରିଛି। ଆପଣଙ୍କ କଷ୍ଟ ଅର୍ଜିତ ପଇସା କେତେବେଳେ ଆଉ କେମିତି ମିଳିବ, ସେଥିପାଇଁ ଜାରି ହୋଇଛି ନୂଆ ଗାଇଡଲାଇନ୍।

ମଝିରେ ଟଙ୍କା ଦରକାର କି? ଚାକିରି ସରିବା ଆଗରୁ ଯଦି ହଠାତ୍ ଟଙ୍କା ଦରକାର ପଡ଼େ, ତେବେ ଆପଣ ଚାହିଁଲେ ପଇସା କାଢ଼ିପାରିବେ। କିନ୍ତୁ ଏବେ ସେଥିରେ କିଛି ଲିମିଟ୍ ଲଗାଯାଇଛି। ନୂଆ ରୁଲ୍ ଅନୁସାରେ, ଆପଣ ପୁରା ସର୍ଭିସ ପିରିୟଡ୍ ମଧ୍ୟରେ ମାତ୍ର 3 ଥର ପାର୍ସିଆଲ୍ ୱିଥ୍‌ଡ୍ରଲ୍ କରିପାରିବେ। ଏହାବି ଆପଣଙ୍କ ନିଜର କଣ୍ଟ୍ରିବ୍ୟୁସନର 25 % ପର୍ଯ୍ୟନ୍ତ ହିଁ ମିଳିବ। ପିଲାଙ୍କ ହାୟର ଏଜୁକେସନ, ବାହାଘର, ନିଜର ଘର ତିଆରି କିମ୍ବା କୌଣସି ଗମ୍ଭୀର ରୋଗର ଚିକିତ୍ସା ପାଇଁ ହିଁ ଏହି ସୁବିଧା ମିଳିବ।

60 ବର୍ଷ ପରେ କେତେ ମିଳିବ? ଯେତେବେଳେ ଆପଣ ରିଟାୟର ହେବେ ବା ଆପଣଙ୍କ ବୟସ 60 ବର୍ଷ ହେବ, ସେତେବେଳେ ଆପଣ ମୋଟ ଫଣ୍ଡରୁ 60 % ଟଙ୍କା ଏକାଥରକେ କ୍ୟାସ ଆକାରରେ ପାଇବେ। ସବୁଠୁ ବଡ଼ କଥା ହେଉଛି ଏହି ଟଙ୍କା ପୁରା ଟ୍ୟାକ୍ସ ଫ୍ରି। ବାକି 40 % ଟଙ୍କା ଆନୁଇଟି ବା ପେନସନ ପାଇଁ ରଖାଯିବ, ଯେଉଁଥିରୁ ଆପଣଙ୍କୁ ପ୍ରତି ମାସରେ ପେନସନ ମିଳିବ।

କମ୍ ଟଙ୍କା ଥିଲେ ଟେନସନ ନାହିଁ ଯଦି ଆପଣଙ୍କ NPS ଆକାଉଣ୍ଟରେ ଟୋଟାଲ୍ ପଇସା 5 ଲାଖରୁ କମ୍ ଅଛି, ତେବେ ଆପଣଙ୍କୁ ଆଉ ପେନସନ ପାଇଁ ଟଙ୍କା ରଖିବାକୁ ପଡ଼ିବନି। ଆପଣ ଚାହିଁଲେ ସବୁ ଟଙ୍କା ଏକାଥରକେ ଉଠାଇ ନେଇପାରିବେ।

ଅଧାରୁ ଚାକିରି ଛାଡ଼ିଲେ କ’ଣ ହେବ? ଯଦି ଆପଣ 60 ବର୍ଷ ହେବା ଆଗରୁ ଏକ୍ସିଟ୍ କରିବାକୁ ଚାହୁଁଛନ୍ତି, ତେବେ ସେଥିପାଇଁ ଅତିକମରେ 5 ବର୍ଷ ପର୍ଯ୍ୟନ୍ତ ଏହି ସ୍କିମରେ ଟଙ୍କା ଜମା କରିଥିବା ଦରକାର। ଏହି କ୍ଷେତ୍ରରେ ଆପଣ ମାତ୍ର 20 % ଟଙ୍କା କ୍ୟାସ ପାଇବେ ଏବଂ ବାକି 80 % ଟଙ୍କାରେ ଆପଣଙ୍କୁ ପେନସନ ମିଳିବ। ଯଦି ଆପଣଙ୍କ ପାଖରେ ମୋଟ 2.5 ଲାଖରୁ କମ୍ ଟଙ୍କା ଥାଏ, ତେବେ ଆପଣ 100 % ଟଙ୍କା ଏକାଥରକେ ଉଠାଇ ପାରିବେ।

ରିଟାୟରମେଣ୍ଟ ପ୍ଲାନିଂକୁ ଅଧିକ ସୁରକ୍ଷିତ କରିବା ପାଇଁ ସରକାର ଏହି ପଦକ୍ଷେପ ନେଇଛନ୍ତି। ତେଣୁ ଟଙ୍କା ଉଠାଇବା ପୂର୍ବରୁ ଏହି ନୂଆ ନିୟମକୁ ନିଶ୍ଚିତ ଧ୍ୟାନରେ ରଖନ୍ତୁ।

Related posts

କରଞ୍ଜିଆରେ କାଳ ସାଜିଲା ପିକଅପ୍: ଆଖିବୁଜିଲେ ସ୍ୱାମୀ-ସ୍ତ୍ରୀ

କରଞ୍ଜିଆରେ କାଳ ସାଜିଲା ପିକଅପ୍: ଆଖିବୁଜିଲେ ସ୍ୱାମୀ-ସ୍ତ୍ରୀ

କେଜି ପାଠ, କୋଟିଏ ଟଙ୍କା: ସ୍କୁଲ ଫି ଦେଖି ପ୍ୟାରେଣ୍ଟସଙ୍କ ହୋସ ଉଡ଼ିଗଲା

କେଜି ପାଠ, କୋଟିଏ ଟଙ୍କା: ସ୍କୁଲ ଫି ଦେଖି ପ୍ୟାରେଣ୍ଟସଙ୍କ ହୋସ ଉଡ଼ିଗଲା

ପେଟକୁ ଗଣ୍ଡେ ଦାନା ନାହିଁ, ହାଡ ଦିଶିଲାଣି: ୨ କମାଣ୍ଡରଙ୍କୁ ବିଦା କଲା ୟୁକ୍ରେନ

ପେଟକୁ ଗଣ୍ଡେ ଦାନା ନାହିଁ, ହାଡ ଦିଶିଲାଣି: ୨ କମାଣ୍ଡରଙ୍କୁ ବିଦା କଲା ୟୁକ୍ରେନ

Latest Posts
ଆସାମ ଇଲେକ୍ସନ୍ : ନୂଆ ସିଟ୍‌ରେ ପୁରୁଣା ଖେଳାଳି, ୱାଜେଦଙ୍କ ଉପରେ କଂଗ୍ରେସର ବଡ଼ ବେଟ୍

ଆସାମ ଇଲେକ୍ସନ୍ : ନୂଆ ସିଟ୍‌ରେ ପୁରୁଣା ଖେଳାଳି, ୱାଜେଦଙ୍କ ଉପରେ କଂଗ୍ରେସର ବଡ଼ ବେଟ୍

ଖୋଲା ଛାତ, ରକେଟ୍ ଭଳି ସ୍ପିଡ୍ : ରାସ୍ତାରେ ନିଆଁ ଲଗାଇବ ବିଏମଡବ୍ଲୁ ର ନୂଆ କାର୍

ଖୋଲା ଛାତ, ରକେଟ୍ ଭଳି ସ୍ପିଡ୍ : ରାସ୍ତାରେ ନିଆଁ ଲଗାଇବ ବିଏମଡବ୍ଲୁ ର ନୂଆ କାର୍

ବେଙ୍ଗଲ୍ ଫେଜ୍-2 ଭୋଟିଂ : ଆରମ୍ଭରୁ ଆକ୍ସନ୍, ଇଭିଏମ୍ ଗଡ଼ବଡ଼ ସାଙ୍ଗକୁ ହିଂସା

ବେଙ୍ଗଲ୍ ଫେଜ୍-2 ଭୋଟିଂ : ଆରମ୍ଭରୁ ଆକ୍ସନ୍, ଇଭିଏମ୍ ଗଡ଼ବଡ଼ ସାଙ୍ଗକୁ ହିଂସା

ଅର୍ଥନୀତି ଉପରେ ମାଡ଼ : କାହିଁକି ଧନୀ ଇସ୍ରାଏଲକୁ ଦରକାର ପଡ଼ିଲା ଟ୍ରମ୍ପଙ୍କ 'ବେଲଆଉଟ୍' ?

ଅର୍ଥନୀତି ଉପରେ ମାଡ଼ : କାହିଁକି ଧନୀ ଇସ୍ରାଏଲକୁ ଦରକାର ପଡ଼ିଲା ଟ୍ରମ୍ପଙ୍କ ‘ବେଲଆଉଟ୍’ ?

Sticky Mobile Footer
Home Latest Trending Categories Podcast

Your go-to destination for the facts and trending news in Odia language. We are committed to delivering accurate, reliable, and real news covering various topics, including politics, business, technology, entertainment, sports, and more.

Popular Catagory

  • ଆନ୍ତର୍ଜାତୀୟ
  • ଖେଳ
  • ବଲିଉଡ୍
  • Tech
  • Auto

Company

  • About Us
  • Terms and Conditons
  • Privacy Policy
  • Contact Us

© 2025 Odiapaper. All rights reserved.

Type above and press Enter to search. Press Esc to cancel.