Close Menu
Odiapaper (ଓଡ଼ିଆ ନ୍ୟୁଜ୍) – Facts First. Always.
  • Latest News
  • ଆନ୍ତର୍ଜାତୀୟ
  • ଜାତୀୟ
  • ପଲିଟିକ୍ସ
  • ବାଣିଜ୍ୟ
  • ଖେଳ
  • ବଲିଉଡ୍
  • Tech
  • Auto
Facebook X (Twitter)
Odiapaper (ଓଡ଼ିଆ ନ୍ୟୁଜ୍) – Facts First. Always.Odiapaper (ଓଡ଼ିଆ ନ୍ୟୁଜ୍) – Facts First. Always.
Facebook X (Twitter)
  • Home
  • ଆନ୍ତର୍ଜାତୀୟ
  • ଜାତୀୟ
  • ପଲିଟିକ୍ସ
  • ବାଣିଜ୍ୟ
  • ଖେଳ
  • ବଲିଉଡ୍
  • Tech
  • Auto
Odiapaper (ଓଡ଼ିଆ ନ୍ୟୁଜ୍) – Facts First. Always.
Home»ଜାତୀୟ

SSC GD ପରୀକ୍ଷା : ଜାରି ହେଲା ‘ସିଟି ସ୍ଲିପ୍’, ଏମିତି କରନ୍ତୁ ଚେକ୍‌

ଜାତୀୟ
SSC GD ପରୀକ୍ଷା : ଜାରି ହେଲା ‘ସିଟି ସ୍ଲିପ୍’, ଏମିତି କରନ୍ତୁ ଚେକ୍‌
Share
Facebook Twitter Email WhatsApp

ନୂଆଦିଲ୍ଲୀ: ପରୀକ୍ଷା ପାଇଁ କାଉଣ୍ଟଡାଉନ୍ ଆରମ୍ଭ। ଖୁବଶୀଘ୍ର ହେବାକୁ ଯାଉଛି SSC GD ପରୀକ୍ଷା। କେଉଁଠି ପଡ଼ିବ ସେଣ୍ଟର ଆଉ କେଉଁ ସିଟିରେ ହେବ ପରୀକ୍ଷା, ସେ ନେଇ ଛାତ୍ରଛାତ୍ରୀଙ୍କ ଭିତରେ ଟେନସନ୍‌ ସହ ଉତ୍କଣ୍ଠା ଲାଗି ରହିଥିଲା। ଏବେ ସେହି ଅପେକ୍ଷାର ଅନ୍ତ ଘଟିଛି। ଷ୍ଟାଫ୍ ସିଲେକ୍ସନ୍ କମିଶନ (SSC) ପକ୍ଷରୁ GD କନଷ୍ଟେବଳ ପରୀକ୍ଷା ପାଇଁ ‘ସିଟି ଇଣ୍ଟିମେସନ୍ ସ୍ଲିପ୍’ (City Intimation Slip) ରିଲିଜ୍ କରାଯାଇଛି।

ଯେଉଁ କ୍ୟାଣ୍ଡିଡେଟ୍‌ମାନେ ଏହି ପରୀକ୍ଷା ଦେବାକୁ ରେଜିଷ୍ଟ୍ରେସନ୍ କରିଛନ୍ତି, ସେମାନେ ଅଫିସିଆଲ୍ ୱେବସାଇଟ୍ ssc.gov.in କୁ ଯାଇ ନିଜର ସିଟି ଚେକ୍ କରିପାରିବେ। ଏହାଦ୍ୱାରା ପରୀକ୍ଷାର୍ଥୀମାନେ ଜାଣିପାରିବେ ଯେ ସେମାନଙ୍କର ପରୀକ୍ଷା କେଉଁ ସହରରେ ହେବ।

ମନେରଖନ୍ତୁ, ଏହା ଆଡମିଟ୍ କାର୍ଡ (Admit Card) ନୁହେଁ। ଏହା କେବଳ ପରୀକ୍ଷା କେଉଁ ସହରରେ ହେବ, ସେହି ସୂଚନା ଦେବ। ଫଳରେ ଛାତ୍ରଛାତ୍ରୀମାନେ ପୂର୍ବରୁ ନିଜର ଟ୍ରାଭେଲ୍ ପ୍ଲାନ୍ (Travel Plan) ସହଜରେ କରିପାରିବେ। ଆଡମିଟ୍ କାର୍ଡ ପରୀକ୍ଷାର ପ୍ରାୟ 3 ରୁ 4 ଦିନ ପୂର୍ବରୁ ଉପଲବ୍ଧ ହେବ।

କେମିତି କରିବେ ଡାଉନଲୋଡ୍? ପ୍ରଥମେ SSC ର ଅଫିସିଆଲ୍ ୱେବସାଇଟ୍‌ ssc.gov.in କୁ ଯାଆନ୍ତୁ। ସେଠାରେ ହୋମ୍ ପେଜ୍‌ରେ ଥିବା ‘Login’ ସେକ୍ସନକୁ ଯାଇ ନିଜର ରେଜିଷ୍ଟ୍ରେସନ୍ ନମ୍ବର ଏବଂ ପାସୱାର୍ଡ (Password) ଦିଅନ୍ତୁ। ଏହାପରେ SSC GD 2026 ସିଟି ସ୍ଲିପ୍ ଲିଙ୍କ୍ ଉପରେ କ୍ଲିକ୍ କଲେ ଆପଣଙ୍କ ସ୍କ୍ରିନ୍‌ରେ ସ୍ଲିପ୍ ଦେଖାଯିବ। ଏହାକୁ ଡାଉନଲୋଡ୍ କରି ଏକ ପ୍ରିଣ୍ଟଆଉଟ୍ ବାହାର କରି ରଖିବା ଭଲ।

ସୂଚନାଯୋଗ୍ୟ ଯେ, SSC GD କନଷ୍ଟେବଳ ପାଇଁ କମ୍ପ୍ୟୁଟର ବେସଡ୍ ଟେଷ୍ଟ (CBT) ମୋଡ୍‌ରେ ପରୀକ୍ଷା କରାଯିବ। ହଜାର ହଜାର ପଦବୀ ପାଇଁ ଦେଶସାରା ଲକ୍ଷ ଲକ୍ଷ ପିଲା ଏହି ପରୀକ୍ଷା ଦେବାକୁ ଯାଉଛନ୍ତି। ତେଣୁ ଶେଷ ମୁହୂର୍ତ୍ତର ଭିଡ଼ରୁ ବଞ୍ଚିବା ପାଇଁ ତୁରନ୍ତ ନିଜର ଏଗଜାମ୍ ସିଟି (Exam City) ଚେକ୍ କରିନେବାକୁ କମିଶନ ପକ୍ଷରୁ କୁହାଯାଇଛି।

Related posts

କରଞ୍ଜିଆରେ କାଳ ସାଜିଲା ପିକଅପ୍: ଆଖିବୁଜିଲେ ସ୍ୱାମୀ-ସ୍ତ୍ରୀ

କରଞ୍ଜିଆରେ କାଳ ସାଜିଲା ପିକଅପ୍: ଆଖିବୁଜିଲେ ସ୍ୱାମୀ-ସ୍ତ୍ରୀ

କେଜି ପାଠ, କୋଟିଏ ଟଙ୍କା: ସ୍କୁଲ ଫି ଦେଖି ପ୍ୟାରେଣ୍ଟସଙ୍କ ହୋସ ଉଡ଼ିଗଲା

କେଜି ପାଠ, କୋଟିଏ ଟଙ୍କା: ସ୍କୁଲ ଫି ଦେଖି ପ୍ୟାରେଣ୍ଟସଙ୍କ ହୋସ ଉଡ଼ିଗଲା

ପେଟକୁ ଗଣ୍ଡେ ଦାନା ନାହିଁ, ହାଡ ଦିଶିଲାଣି: ୨ କମାଣ୍ଡରଙ୍କୁ ବିଦା କଲା ୟୁକ୍ରେନ

ପେଟକୁ ଗଣ୍ଡେ ଦାନା ନାହିଁ, ହାଡ ଦିଶିଲାଣି: ୨ କମାଣ୍ଡରଙ୍କୁ ବିଦା କଲା ୟୁକ୍ରେନ

Latest Posts
ଆସାମ ଇଲେକ୍ସନ୍ : ନୂଆ ସିଟ୍‌ରେ ପୁରୁଣା ଖେଳାଳି, ୱାଜେଦଙ୍କ ଉପରେ କଂଗ୍ରେସର ବଡ଼ ବେଟ୍

ଆସାମ ଇଲେକ୍ସନ୍ : ନୂଆ ସିଟ୍‌ରେ ପୁରୁଣା ଖେଳାଳି, ୱାଜେଦଙ୍କ ଉପରେ କଂଗ୍ରେସର ବଡ଼ ବେଟ୍

ଖୋଲା ଛାତ, ରକେଟ୍ ଭଳି ସ୍ପିଡ୍ : ରାସ୍ତାରେ ନିଆଁ ଲଗାଇବ ବିଏମଡବ୍ଲୁ ର ନୂଆ କାର୍

ଖୋଲା ଛାତ, ରକେଟ୍ ଭଳି ସ୍ପିଡ୍ : ରାସ୍ତାରେ ନିଆଁ ଲଗାଇବ ବିଏମଡବ୍ଲୁ ର ନୂଆ କାର୍

ବେଙ୍ଗଲ୍ ଫେଜ୍-2 ଭୋଟିଂ : ଆରମ୍ଭରୁ ଆକ୍ସନ୍, ଇଭିଏମ୍ ଗଡ଼ବଡ଼ ସାଙ୍ଗକୁ ହିଂସା

ବେଙ୍ଗଲ୍ ଫେଜ୍-2 ଭୋଟିଂ : ଆରମ୍ଭରୁ ଆକ୍ସନ୍, ଇଭିଏମ୍ ଗଡ଼ବଡ଼ ସାଙ୍ଗକୁ ହିଂସା

ଅର୍ଥନୀତି ଉପରେ ମାଡ଼ : କାହିଁକି ଧନୀ ଇସ୍ରାଏଲକୁ ଦରକାର ପଡ଼ିଲା ଟ୍ରମ୍ପଙ୍କ 'ବେଲଆଉଟ୍' ?

ଅର୍ଥନୀତି ଉପରେ ମାଡ଼ : କାହିଁକି ଧନୀ ଇସ୍ରାଏଲକୁ ଦରକାର ପଡ଼ିଲା ଟ୍ରମ୍ପଙ୍କ ‘ବେଲଆଉଟ୍’ ?

Sticky Mobile Footer
Home Latest Trending Categories Podcast

Your go-to destination for the facts and trending news in Odia language. We are committed to delivering accurate, reliable, and real news covering various topics, including politics, business, technology, entertainment, sports, and more.

Popular Catagory

  • ଆନ୍ତର୍ଜାତୀୟ
  • ଖେଳ
  • ବଲିଉଡ୍
  • Tech
  • Auto

Company

  • About Us
  • Terms and Conditons
  • Privacy Policy
  • Contact Us

© 2025 Odiapaper. All rights reserved.

Type above and press Enter to search. Press Esc to cancel.